ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସେଁପୁର ଠାରେ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଲିତ ହୋଇଯାଇଛି । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଣ୍ୟ ଜନ୍ମ ତିଥିରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତିର ସଭାପତି ମକରଧ୍ଵଜ ସାହୁ ଓ ସମ୍ମାନିତ ଅତିଥି ଭାବେ ଶଶୀଭୂଷଣ ପ୍ରସାଦ ସାହୁ ଯୋଗଦେଇ ଶ୍ରୀକୃଷ୍ଣଙ୍କ ମହିମା ଉପରେ ଶିଶୁମାନଙ୍କୁ ଅବଗତ କରିଥିଲେ । ଗୁରୁଜୀ ଜନାର୍ଦ୍ଦନ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ,‌‌ ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଆଧ୍ୟାତ୍ମିକ ଚେତନା ସୃଷ୍ଟି ସହ ଭାରତୀୟ ସଂସ୍କୃତି ଉପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପ୍ରଭାବକୁ ବର୍ଣ୍ଣନା କରିଥିଲେ । ଶ୍ରୀକୃଷ୍ଣ ଓ ରାଧା ବେଶରେ ସଜ୍ଜିତହୋଇ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଶ୍ରୀକୃଷ୍ଣଙ୍କ ଦ୍ଵାରା ଦଧି ଭାଣ୍ଡ ଭଙ୍ଗା ହୋଇଥିଲା । ଏଥିରେ ଗୀତାଞ୍ଜଳି ବାଗ, ପ୍ରଭାତୀ ବେହେରା,ରଶ୍ମିତା ନାୟକ, ସୌଦାମିନୀ ସାହୁ, ରିତା ସାହୁ, ପ୍ରବୀଣ ତ୍ରିପାଠୀ, ଗଙ୍ଗାଧର ଚଲାନ, ପୂର୍ଣ୍ଣଚନ୍ଦ୍ର ନାଗ, ଭୋଜରାଜ ବାଗ, ଯଶୋବନ୍ତ ଚିନ୍ଦା, ଖୁସିରାମ ସାହୁ ପ୍ରମୁଖ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ପରେ ସମସ୍ତଙ୍କୁ ପ୍ରସାଦ ସେବନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.