ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକ କର୍ଲାପଡା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଜନ୍ମାଷ୍ଟମୀ ଉତ୍ସବ ଚହଗାଁ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ୫୦ରୁ ଅଧିକ ଶିଶୁ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ। ରାଧାକୃଷ୍ଣ ମନ୍ଦିର କମିଟି ଓ ଶୁଭେଚ୍ଛୁ ମାନଙ୍କ ସହଯୋଗରେ ସ୍ବାଗତ, ଜଳପାନ, ସାଉଣ୍ଡ, ଟେଣ୍ଟ ଆଦି ସମସ୍ତ ବ୍ୟବସ୍ଥା କରାଯାଇଥିଲ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମକର ଧ୍ଵଜ ସାହୁ, ତପସ୍ଵିନୀ ସାହୁ, ମନୋଜ କୁମାର ସାହୁ, ଯୁଗଳ କିଶୋର ପୋଢ଼ ଓ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ଧଙ୍ଗଡାମାଝୀ ଓ ଅନ୍ୟାନ୍ୟ ଶୁଭେଚ୍ଛୁ ଯୋଗଦାନ କରିଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଜୁ କୁମାର ସାହୁ ଉତ୍ସବର ଉଦ୍ଦେଶ୍ୟ କଥନ କରିଥିଲେ। ଆଚାର୍ଯ୍ୟ ସୁରେନ୍ଦ୍ର ନାଗ ଅତିଥି ପରିଚୟ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ସୁଶାନ୍ତ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ସଂଯୁକ୍ତା ଗୁରୁମା ମଞ୍ଚ ପରିଚାଳନା କରିଥିଲେ। ଗୁରୁଜୀ ଗୁରୁମାମାନଙ୍କ ମଧ୍ୟରେ ଅନୀତା ଗୁରୁମା, ଗୋବିନ୍ଦ ଗୁରୁଜୀ, ରାଧୁ ଗୁରୁଜୀ, ଘେନୁ ଗୁରୁଜୀ, ମଣ୍ଟୁ ଗୁରୁଜୀ, ଲତା ଗୁରୁମା, ସତ୍ୟଭାମା ଗୁରୁମା ଓ ସମସ୍ତ ଗୁରୁଜୀ ଗୁରୁମା ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ପ୍ରମୋଦ ସାହୁ, ଅଞ୍ଜନ ସାହୁ, ସୁମନ୍ତ ସାହୁ, ସୁଭ୍ରାନ୍ତ ସାହୁ, ନବକିଶୋର ସାହୁ, ଅଶୋକ ସାହୁ ଓ ଅନ୍ୟ ସମସ୍ତେ ସହଯୋଗ କରିଥିଲେ।