କଳାହାଣ୍ଡି ଜିଲ୍ଲା ସାକ୍ଷରତା ସମିତି ତରଫରୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାକ୍ଷରତା ହେଉଛି ଜୀବନର ଏକ ମୌଳିକ ଆବଶ୍ୟକତା, ଯାହାଦ୍ୱାରା ବହୁ ଜ୍ଞାନ ହାସଲ କରାଯାଇପାରିବ। କିନ୍ତୁ ଶିକ୍ଷା ଏକ ଏମିତି ଜିନିଷ ଯାହା ଏକ ସରସ ସୁନ୍ଦର ଓ ଦାୟିତ୍ଵ ସମ୍ପନ୍ନ ନାଗରିକ ହେବା ପାଇଁ ଉଭୟ ସାକ୍ଷର ଓ ନିରକ୍ଷର ବ୍ୟକ୍ତିଙ୍କୁ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମତବ୍ୟକ୍ତ କରିଛନ୍ତି। ଜିଲ୍ଲା ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ଆଜି ଉଦ୍ଘାଟକ ଭାବେ କଳାହାଣ୍ଡି ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର, ଏଡିଇଓ ଟେମଲାଲ ଦୁବେ, ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶିକା ଜୁଲି ମଙ୍ଗରାଜ, ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନନ୍ଦା ପଣ୍ଡା, ଜିଲ୍ଲା ସଂଯୋଜକ ହରିଶ୍ଚନ୍ଦ୍ର ମୁଣ୍ଡ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ କଳାହାଣ୍ଡି ଜିଲ୍ଲାପାଳ ସାକ୍ଷରତା ଦିବସର ପତାକା ଉତ୍ତୋଳନ କରି ସାକ୍ଷରତା ରଥକୁ ଉଦ୍ଘାଟନ କରିଥିଲେ ଏବଂ ଉପସ୍ଥିତ ବିଇଓ, ଏବିଇଓ, ସିଆରସିସି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷାପ୍ରେମୀ ଜନତାଙ୍କୁ ସାକ୍ଷରତା ଦିବସର ଶପଥ ପାଠ କରାଇଥିଲେ । ଶିକ୍ଷକ ଜଗନ୍ନାଥ ତ୍ରିପାଠୀ ଓ ସାଥୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ ଶିକ୍ଷକ ଡିଲେଶ୍ଵର ରଣାଙ୍କ ନେତୃତ୍ୱରେ ବିରଞ୍ଚି ମୁଣ୍ଡ, ତ୍ରିନାଥ କୁମାର ଓ ଧନଞ୍ଜୟ ସାହୁ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉପରେ ଏକ ସୁନ୍ଦର ପଥପ୍ରାନ୍ତ ନାଟକ ‘ଉକିଆ’ ମଂଚସ୍ଥ କରିଥିଲେ । ଶିକ୍ଷାପ୍ରେମୀ ରାଧେଶ୍ୟାମ ଦାଶ ସାକ୍ଷରତା ଗୀତ ପରିବେଷଣ କରିଥିଲେ । ଏହି ଦିବସ ପାଳନ ଅବସରରେ ବ୍ଲକ୍ ସ୍ତରରେ ଚୟନ ହୋଇ ଆସିଥିବା ତେରଟି ବ୍ଲକର ୨୬ ଜଣ ଛାତ୍ରଛାତ୍ରୀ ଭାଷଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ମଦନପୁର ଓଏଭିର ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ପ୍ରହରାଜ, କୋକସରା ଓଏଭିର ଛାତ୍ର କ୍ରିଷ୍ ପାଣିଗ୍ରାହୀ ଓ ପଂଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲାର ଛାତ୍ରୀ ଶୁଭଦର୍ଶିନୀ ବେରୁକ୍ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହା ସହିତ ସମସ୍ତ ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସମସ୍ତ କଳାକାରଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ସଂଯୋଜକ ହରିଶ୍ଚନ୍ଦ୍ର ମୁଣ୍ଡ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.