ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ମାସ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଏଥିପାଇଁ ରବିବାର ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି । ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଘୋଷିତ ୧୮ ଜଣିଆ ଦଳରେ ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥ ଓ ମିଚେଲ ଷ୍ଟାର୍କ ଫେରିଛନ୍ତି । ଆହତ ସମସ୍ୟା ଯୋଗୁ ଏହି ସିନିୟର ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ ଦିଆ ଯାଇଥିଲା । ଟ୍ରେଭିସ ହେଡଙ୍କୁ ସୁଯୋଗ ମିିଳି ନାହିଁ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ୨୨ ସେପ୍ଟେମ୍ବରରେ ମୋହାଲୀରେ ଖେଳାଯିବ । ୨୪ରେ ଇନ୍ଦୋରରେ ଏବଂ ୨୭ରେ ରାଜକୋଟରେ ବାକି ୨ଟି ଦିନିକିଆ ଖେଳାଯିବ । ଏହି ସିରିଜ ପରେ ଭାରତରେ ବିଶ୍ୱକପ ଆରମ୍ଭ ହେବ । ଉଭୟ ଟିମ ପାଇଁ ଏହା ଟିମ କମ୍ବିନେଶନ ପ୍ରସ୍ତୁତ କରିବା ପାଇଁ ଶେଷ ସୁଯୋଗ ରହିବ ।

ଅଷ୍ଟ୍ରେଲିଆ ଟିମ: ପ୍ୟାଟ କମିନ୍ସ(ଅଧିନାୟକ), ସିନ ଆବଟ, ଆଲେକ୍ସ କେରି, ନାଥାନ ଏଲିସ, କ୍ୟାମେରୁନ ଗ୍ରୀନ, ଜୋସ ହାଜେଲଉଡ, ଜୋସ ଇଙ୍ଗଲିସ, ଜନଶନ, ମାର୍ନସ ଲାବୁଶେନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ତନଭୀର ସଂଘା, ମାଥ୍ୟୁ ସର୍ଟ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ଣ୍ଣର ଓ ଆଡାମ ଜାମ୍ପା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.