ବାଲିଗୁଡାରେ ନୂତନ ପ୍ରକଳ୍ପ ପ୍ରଶାସକ ଭାବେ କୃପାସିନ୍ଧୁ ବେହେରାଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସମନ୍ବିତ ଅଦିବାସୀ ଉନ୍ନୟନ ସଂସ୍ଥାର (ଆଇଟିଡିଏ) ନୂତନ ପ୍ରକଳ୍ପ ପ୍ରଶାସକ ଭାବେ କୃପାସିନ୍ଧୁ ବେହେରା ଯୋଗଦାନ କରିଛନ୍ତି । ସେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟରେ ଉପ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ l ଗତ ଅଗଷ୍ଟ ୨୨ ତାରିଖରେ ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥ‌ିବା ପତ୍ର ସଂଖ୍ୟା.୧୭୪୬୯ ପ୍ରକାରେ ଏଠାକୁ ବଦଳି ହୋଇଛନ୍ତି । ପୂର୍ବରୁ ସେ ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ମଧ୍ୟ ରହି ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ପ୍ରଶଂସିତ ହୋଇପାରିଥିଲେ । ସେ କାର୍ଯ୍ୟରେ ଯୋଗ ଦେଇ ନିଷ୍ଠାପର ଭାବେ ଲୋକଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.