ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପୁରୁଷୋତ୍ତମପୁରର ବିଭିନ୍ନ ସ୍ଥାନରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିରେ ଥିବା କୁମାରୀ ସ୍ଥିତ ସନ ସାଇନ ଗୁରୁକୁଳରେ ଗାନ୍ଧିଜି ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅଧକ୍ଷ ସୁନୀଲ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠାନର ସଭାପତି ପ୍ରଫୁଲ କୁମାର ରଥ ଓ ଏ ରାଜ ଗୋପାଳ ରାଓ, ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପାଳନ କରାଯାଇ ଥିଲା | ସେହିପରି ଆଛୁଳି ଗ୍ରାମରେ ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡାଙ୍କ ଦ୍ୱାରା ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା | ପୁରୁଷୋତ୍ତମପୁର ସହରର ରନ ଏନଜିଓ ତରଫରୁ ସମ୍ପାଦକ ଅରୁଣ କୁମାର ଗୌଡ଼, ଅନ୍ୟ ସଦସ୍ୟଙ୍କ ଦ୍ୱାରା କନକା ମନ୍ଦିରର ପରିସରକୁ ସଫେଇ କରାଯାଇଥିଲା । ସେହିପରି ବଡ଼ ଖରିଡ଼ା ପଞ୍ଚାୟତ ତରଫରୁ ବଳରାମପୁର ଗ୍ରାମରେ ଗୁରୁଦେବ ହେଲ୍ପ ହେଣ୍ଡ ଫାଉଣ୍ଡେସନ ଏନଜିଓ ତରଫରୁ ମଧ୍ୟ ସଭାପତି ଗିରିଜା ଶଙ୍କର ଶର୍ମା ଓ ସମ୍ପାଦକ ଅଜୟକୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ବିଜେଡି ନେତା ତଥା ରାଜ୍ୟ ଯୁବ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ଏଥିରେ ସମାଜସେବୀ ଗୋପାଳ ବାରିକଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷ ରୋପଣ ଓ ସ୍ୱଚ୍ଛ ତାହିଁ ସେବା କାର୍ଯ୍ୟକ୍ରମ କରିଥିଲେ | ସେହିପରି ରଣ ଝାଲି ରାଧେ ରାଧେ ସମାଜ ସେବା ଗ୍ରୁପ ଦ୍ୱାରା ତାରା ତାରିଣୀ ଛକରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସଭାପତି ରାଜେନ୍ଦ୍ର ମଲିକ ଓ ସମ୍ପାଦକ ଚେତକ ଗୌଡ଼ ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ କରା ଯାଇଥିଲା|

ପୁରୁଷୋତ୍ତମପୁର ଏନଏସି ଅଫିସରେ ମଧ୍ୟ ଗାନ୍ଧିଜୀଙ୍କ ଜୟନ୍ତୀ ପାଳିତ ହୋଇ ଥିଲା | ପୁରୁଷୋତ୍ତମପୁର ଏନଏସି ତରଫରୁ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ନେତୃତ୍ୱ ସ୍ଥାନୀୟ ବଡ ବଜ଼ାର ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଆସ୍କା ସାସଂଦଙ୍କ ପ୍ରତିନିଧି ପ୍ରେମାନନ୍ଦ ସାହୁ, କାଉନସିଲର  ସୁଜାତା ବେହେରା, ସୁଦଷ୍ଣା ବେହେରା, ଅଶୋକ କୁମାର ମହାଙ୍କୁଡଙ୍କ ସହ ଅନ୍ୟା ଅନ୍ୟ କାଉନସିଲରଙ୍କ ସହ ଏନଏସି କର୍ମଚାରୀ ବରିଷ୍ଠ କିରାଣୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସଂଗ୍ରାମ କେଶରୀ ନାୟକ, ରଶ୍ମି ରେଖା ନାହାକ, ବରୁଣ ବେହେରା ମାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.