ରନ୍ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମା କନକା ଠାକୁରାଣୀ ପରିସରରେ RUN (RURAL AND URBAN NURTURE) ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମା କନକା ଠାକୁରାଣୀଙ୍କ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଆଜିର ମହାନ ଦିନରେ ସକାଳ ୭.୩୦ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବହୁତ ଦିନ ହେବ ଅପରିଷ୍କାର ହୋଇ ରହିଥିବା ମନ୍ଦିର ପରିସରକୁ ପରିଷ୍କାର କରିବାକୁ ରନ୍ ତରଫରୁ ନିଷ୍ପତ୍ତି ନିଆଯାଇ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଏହି କାର୍ଯ୍ୟକ୍ରମ ସବୁ ସମୟରେ ପୁରୁଷୋତ୍ତମପୁର ସହର ବ୍ୟତୀତ ବ୍ଲକର ସବୁ ପଞ୍ଚାୟତ ଗୁଡିକରେ ମଧ୍ୟ ଚାଲୁ ରହିବା ସହ ସମାଜରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଗଲା। ରନ୍ ର ସମ୍ପାଦକ ଅରୁଣ କୁମାର ଗୌଡ଼, ସଦସ୍ୟ ଲଚ୍ଛମନ ନାୟକ, ପ୍ରସନ୍ନ କୁମାର ଦାଶ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ପାତ୍ର, କୃଷ୍ଣ ଚନ୍ଦ୍ର ନାୟକ, ଲଛମନ ବେହେରା, ସା ନୋଜ ଗୌଡ଼, ଶ୍ରୀହରି ସାହୁ, ପ୍ରଶାନ୍ତ ବେହେରା, ଶ୍ରୀମନ୍ତ ମହାପାତ୍ର, କାଳିଆ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.