ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ ଅକ୍ଷୟ କୁମାର ଗୋଛାୟତଙ୍କ ନେତୃତ୍ୱରେ ଆୟୁଷ ଡାକ୍ତର, ପିଏଚଇଓ ବିମଲଚନ୍ଦ୍ର ଦୀପ, ସ୍ୱାସ୍ଥ୍ୟକର୍ମୀ ସୁରେନ୍ଦ୍ର ସାହୁ, ସରୋଜ ସାହୁଙ୍କ ସମେତ ସମସ୍ତ ମେଡ଼ିକାଲ ଷ୍ଟାଫ, ଏଏନଏମ ଡାକ୍ତରଖାନା ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି । ଡ଼ ଗୋଛାୟତଙ୍କ ନେତୃତ୍ୱରେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ଧୂପ ଦୀପ ଦେଇ ପୁଷ୍ପମାଲ୍ୟ ଅର୍ପଣ କରି ପୂଷ୍ପାଞ୍ଜଳି ପ୍ରଦାନ କରିବା ପରେ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଏହାପରେ ସ୍ୱଚ୍ଛତା ସେବା ଯୋଜନା ମୁତାବକ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏମିତିରେ ବି ଗତକାଲି ଅକ୍ଟୋବର ପହିଲା ୧ ତାରିଖ, ଏକ ସାଥ ଏକଘଣ୍ଟା କାର୍ଯ୍ୟକ୍ରମ ଯୋଜନାରେ ନର୍ଲା ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀ ନର୍ଲା ଗ୍ରାମ ପଂଚାୟତ ଅଧିନସ୍ଥ ରେଖପୁର ଗ୍ରାମରେ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ ଯୋଜନାରେ ଗ୍ରାମର ଆବର୍ଜନା ସଫେଇ କରିଥିଲେ । ନର୍ଲା ମେଡ଼ିକାଲ ଷ୍ଟାଫଙ୍କ ଏତାଦୃଶା ସେବା ମନୋବୃତି ଦେଖି ଅଞ୍ଚଳବାସୀ ଭୂୟସୀ ପ୍ରଶଂଶା କରିଥିଲେ । ଏହାବାଦ ନବୋଦୟ ବିଦ୍ୟାଳୟର ପ୍ରିନ୍ସିପାଲ ଚିନ୍ତାମଣି ଦ୍ବିବେଦୀ, ନବୋଦୟ ବିଦ୍ୟାଳୟ ଷ୍ଟାଫ ଓ ନବୋଦୟ ଏନସିସି ଛାତ୍ରଛାତ୍ରୀଙ୍କ ସହ ଏବଂ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହନ୍ତିଙ୍କ ସମେତ ସମସ୍ତ ବ୍ଲକ ଷ୍ଟାଫ ଡାକ୍ତରଖାନା ପରିସରରେ ୧ ତାରିଖ ଏକସାଥ ଏକଘଣ୍ଟା କାର୍ଯ୍ୟକ୍ରମରେ ଡାକ୍ତରଖାନା ପରିସରରେ ଆବର୍ଜନା ମୁକ୍ତ ଭାରତ କାର୍ଯ୍ୟକ୍ରମରେ ସଫେଇ କରିଥିଲେ । ଆଜି ପୁଣିଥରେ ନର୍ଲା ଡାକ୍ତରଖାନା ପରିସରରେ ସ୍ୱଚ୍ଛ ଭାରତ ଓ ଆବର୍ଜନା ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।