ଗ୍ୟାସ୍ ଲିକ୍ ହୋଇ ଶାଶୁ ଓ ବୋହୁ ଗୁରୁତର

ଓଡ଼ିଆ ବାର୍ତ୍ତା/ ଯାଜପୁର (ବିରଞ୍ଚି ନାରାୟଣ ପତ୍ରୀ): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଏକ ବଡ ଧରଣର ଅଘଟଣ ଘଟିଛି । ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କି ଲିକ୍ ହେବା ଫଳରେ ଶାଶୁ ବୋହୁଙ୍କ ଦେହରେ ନିଆଁ ଲାଗି ଯାଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ପ୍ରଥମେ ଶାଶୁ, ବୋହୂ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ଆଜି ଉକ୍ତ ଗାଁର କମଳାକାନ୍ତ ସ୍ୱାଇଁଙ୍କ ଘରେ ଗ୍ୟାସ ଡେଲିଭରି କର୍ମଚାରୀ ଗ୍ୟାସ ଟାଙ୍କି ଦେଇ ଯିବାପରେ ସେଥିରେ ରେଗୁଲେଟର ଲଗାଇବା ସମୟରେ ଏହି ଅଘଟଣ ଘଟିଥିଲା। ଏଥିରେ କମଳାକାନ୍ତ ନିଜେ ଆହତ ହେବା ସହିତ ତାଙ୍କ ପତ୍ନୀ ସରିତା ସ୍ବାଇଁ ଓ ବୋହୁ ମଧୁସ୍ମିତା ସ୍ବାଇଁ ଗୁରୁତର ଭାବେ ଜଳିଯାଇଥିଲେ। ଏମାନଙ୍କୁ ରକ୍ଷା କରିବାକୁ ଯାଇ ଦୁଇ ଜଣ ପଡୋଶୀ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଯାଜପୁର ରୋଡ ସିଏଚସିକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ପରେ ଏମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.