ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ ସଦସ୍ୟା କଲେ ଶ୍ରମଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ରାୟଗଡା ଝଞ୍ଜାବତୀ ମହିଳା ୱାକର୍ସ କ୍ଲବର ସଦସ୍ୟା ମାନେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଶ୍ରମ ଦାନ କରିଛନ୍ତି | ରାୟଗଡା ସହରର ତୁମ୍ବିଗୁଡା ନିକଟସ୍ଥ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟ କରିବା ସହ ତୁଳସୀ ସହ ଅନ୍ୟ ଫୁଲ ଗଛର ଚାରା ରୋପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ କ୍ଲବ ସଭାପତି ଅରୁଣା ବେହେରା, ସମ୍ପାଦିକା ରଶ୍ମିତା ପଣ୍ଡା, କୋଷଧ୍ଯକ୍ଷା ନମିତା ପାଢ଼ୀ ଙ୍କ ସମେତ ଉପ ସଭାପତି ସୁଜାତା ମାଦଳା ଏବଂ ସେନାପତି ସନ୍ତୋଷୀ ପ୍ରମୁଖ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.