ରାୟଗଡା ଜିଲ୍ଳା ଅଦାଲତ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଅଦାଲତ୍ ଜଜ୍ ସତ୍ୟ ନାରାୟଣ ଷଡଙ୍ଗୀଙ୍କ ନେତୃତ୍ୱରେ ସୋମବାର ଜିଲ୍ଳା ଅଦାଲତ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଦାଲତ ପରିସରରେ ପଡି ରହିଥିବା ଅଳିଆ ଆର୍ବଜନାକୁ ସଫେଇ କରାଯାଇ ଅଦାଲତ ପରିସରକୁ ସଫାସୁତୁରା କରାଯାଇ ଏକ ସୁସ୍ଥ ପରିବେଶ ସୃଷ୍ଟି କରାଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ପରିବାର ଅଦାଲତ ଜର୍ଜ ଅମୃତ ରଂଜନ ନନ୍ଦ, ଏଡିଜେ ରୀନା ଚୈାଧୁରୀ, ଏଡିଜେ (ପୋକ୍ସୋ)ସୋନାଲି ପଟ୍ଟନାୟକ, ସିନିୟର ସିଭିଲ୍ ଜର୍ଜ ସୈାମ୍ୟ ପ୍ରକାଶ ସାହୁ, ସୋନାଲ ଶର୍ମା, ଏସଡିଜେଏମ୍ ବର୍ଷା ଦାସ, ରେଜିଷ୍ଟର ଦିବ୍ୟଜ୍ୟୋତି ମହାପାତ୍ର, ରାୟଗଡା ଓକିଲ ସଂଘର ଉପସଭାପତି ପଦ୍ମନାଭ ଦାସ, ସଂପାଦକ ବିଶ୍ୱନାଥ ଗନ୍ତାୟତ, ବରିଷ୍ଠ ଓକିଲ ବ୍ରଜସୁନ୍ଦର ନାୟକଙ୍କ ସମେତ ଅନ୍ୟ ଓକିଲ ବୃନ୍ଦ, କୋର୍ଟ କର୍ମଚାରୀମାନେ ଯୋଗ ଦେଇ ସଫେଇ କାର୍ଯ୍ୟ ସଂପାଦନା କରିଥିଲେ ବୋଲି ଓକିଲ ଲାବଣ୍ୟମୋହନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.