କେରମେଲିରେ ବ୍ଲକସ୍ତରୀୟ କ୍ରିକେଟ ଚୟନ ଶିବିର ଉଦଘାଟିତ:  ୧୬ଜଣ ଛାତ୍ରୀଛାତ୍ର ଜିଲ୍ଲାସ୍ତରକୁ ମନୋନୀତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କେରମେଲି ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ଚୟନ ଶିବିର ଉଦଘାଟିତ ହୋଇଯାଇଛି l ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ଅନ୍ୟତମ ସମ୍ନାନୀତ ଅତିଥି ଭାବରେ କେରମେଲି ସରପଞ୍ଚ ଅଶୋକ ସାହୁ, ଶିକ୍ଷା ବିଭାଗ ସେକସନ ଅଫିସର ଦାୟିତ୍ୱ ଥିବା ବିଦ୍ୟାଳୟ ଶିକ୍ଷୟତ୍ରୀ ମୋନାଲିସା ମହାପାତ୍ର , ସ୍କୁଲ ପରିଚାଳନା କମିଟି ସଭାପତି ଯଜ୍ଞ ଦାସ ପ୍ରମୁଖ ଯୋଗଦାନ କରି ଉଭୟ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ସଭାକୁ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ସଂଯୋଜିକା ରଞ୍ଜିତା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଚୟନରେ ୧୪ ରୁ ୧୭ ବର୍ଷ ବୟସ ରୁ କମ ବାଳକ ଓ ବାଳିକା ମାନଙ୍କୁ ନେଇ ଚୟନ କରାଯାଇଥିଲା l ଉକ୍ତ ଖେଳରେ ଜୁନିଅର ଓ ସିନିୟରମାନଙ୍କୁ ନେଇ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏଥିରେ ୨୫ଗୋଟି ବିଦ୍ୟାଳୟର ୮୦ ଟି ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୧୬ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତର କୁ ମନୋନୀତ ହୋଇଛନ୍ତି l ଉକ୍ତ ଶାରୀରିକ ଶିକ୍ଷକ ବିନୋଦ ବେହେରା, ଅଭିମନ୍ୟୁ ଭୋଇ , ହିମାଂଶୁ ବିଶ୍ୱାଲ, ପ୍ରସାନନ୍ଦ ବାଗ, ସୁଦର୍ଶନ ନାୟକ, ବନିତା ବନଛୋର, ଆଶୁତୋଷ ରାଜପଲିଆଙ୍କ ସମେତ ସମସ୍ତ ଶାରୀରିକ ଶିକ୍ଷକ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.