ଜିଲ୍ଲା ସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ତାଲିମ କେନ୍ଦ୍ରରେ ଏ.ଡି.ଏମ ଅଞ୍ଜଳିନା ପଧାନ ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନୀ ମୁଦୁଲି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ଦୁର୍ଗାଦତ୍ତ ଦାସ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଏଫ୍ ଡବ୍ଲୁ )ଡା. ଦୈତ୍ୟ ନାରାୟଣ ପାଢ଼ୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଡିସି ) ଡା. ରମେଶ ଚନ୍ଦ୍ର ସ୍ୱାଇଁ,ଜିଲ୍ଲା ସଂଯୋଜକ ବିଶ୍ୱମ୍ବର ବେହେରା ପ୍ରମୁଖ ସମ୍ମାନିତ ଅତିଥି ମଞ୍ଚାସିନ ଥିଲେ I ଅତିଥି ମାନେ ବିଶ୍ୱ ମାନସିକ ଦିବସ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ମାନସିକ ରୋଗ ବିଷୟରେ ସଚେତନତା ସୃଷ୍ଟି କରି ଆତ୍ମ ବିଶ୍ୱାସ, ଧୈର୍ଯ୍ୟ ଓ ସହନଶୀଳତା ହିଁ ସମାଧାନ ର ସୂତ୍ର, ଆସନ୍ତୁ ପାରିବାରିକ ଓ ସାମାଜିକ ସମ୍ପର୍କକୁ ସୁସ୍ଥ ଓ ସୁଦୃଢ କରି ସମସ୍ତଙ୍କ ପାଖରେ ବିଶ୍ୱାସ ଭାଜନ ପୂର୍ବକ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇ ପାରିବା ବୋଲି କହିବା ସହିତ ଆଇନ ସେବାର ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ I ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଉକ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା I ଉକ୍ତ ସଭାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଡିଏମଏଚପି ସୁପର ଭାଇଜର ଅନୁପ ରଞ୍ଜନ ଦାସ, ରେଆର ପ୍ରତିନିଧି ମନୋଜ କୁମାର ସ୍ୱାଇଁ, ସିପି ଟୀକରାମ ପଟେଲ ଏବଂ ପି ଏସ୍ ଡବ୍ଲୁ ଶିବକର୍ମୀ ସହଯୋଗ କରିଥିଲେ I ପ୍ରଥମେ ଏକ ରାଲି ସହର ପରିକ୍ରମା କରି ଅତିଥି ବୃନ୍ଦ ୧୦ ଜଣ କୃତି ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ସଭାରେ ସୋନପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା, ରେଆର କର୍ମକର୍ତ୍ତା, ଏ ଏନ୍ ଏମ୍ ତାଲିମ କେନ୍ଦ୍ର ଛାତ୍ରୀ ବୃନ୍ଦ, ଆଶା, ସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ I ଶେଷରେ ସହ ପରିଚାଳକ ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର ଧନ୍ୟବାଦ ପ୍ରଦାନ କରିଥିଲେ I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.