ଗଙ୍ଗା ଜଳରେ ଜିଏସଟି

ଗଙ୍ଗା ଜଳରେ ଜିଏସଟି । ୧୮ ପ୍ରତିଶତ ଜିଏସଟି ଲାଗିବ ବୋଲି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଗଙ୍ଗା ହେଉଛନ୍ତି ମା । ଗଙ୍ଗାଜଳ ପବିତ୍ରତାର ପ୍ରତୀକ । ଗଙ୍ଗାରେ ସ୍ନାନ କଲେ ମୋକ୍ଷ ପ୍ରାପ୍ତ ହୁଏ । ଆମ ଦେଶର ପ୍ରତିଟି ଘରେ ଗଙ୍ଗାଜଳ ରଖି ପୂଜା କରାଯାଏ । ଏପରି ସ୍ଥିତିରେ ଗଙ୍ଗାଜଳରେ ଜିଏସଟି ଲଗାଇବା ନେଇ ବିରୋଧୀ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ନେଇ ତେଜିଛି ରାଜନୀତି । ହିନ୍ଦୁଧର୍ମ ଓ ପରମ୍ପରାର ସୁରକ୍ଷାକୁ ନେଇ ରାଜନୀତି କରି ଆସୁଛି ବିଜେପି ବୋଲି କହିଛନ୍ତି ବିରୋଧୀ । ଗଙ୍ଗାଜଳରେ ୧୮ ପ୍ରତିଶତ ଜିଏସଟି ଲଗାଇବା ପରେ ନକଲି ରାମଭକ୍ତଙ୍କ ମିଛ ଚେହେରା ଉପରୁ ପରଦା ହଟିଛି ବୋଲି କହିଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । କେନ୍ଦ୍ରସରକାର ୨୦୧୬ ମସିହାରେ ଗଙ୍ଗାଜଳ ଯୋଜନା ଆରମ୍ଭ କରିଥିଲେ । ଏହାର ଉଦେ୍ଦଶ୍ୟ ଥିଲା ଖାଂଟି ଗଙ୍ଗା ଜଳକୁ ସହଜରେ ଲୋକଙ୍କ ନିକଟରେ ଉପଲବ୍ଧ କରାଇବା । ଆରମ୍ଭରେ ଋଷିକେଶ ଏବଂ ଗଙ୍ଗୋତ୍ରିରୁ ଆସୁଥିବା ୨୦୦ ଏବଂ ୫୦୦ ମିଲିଲିଟର ଗଙ୍ଗାଜଳର ମୂଲ୍ୟ ଯଥାକ୍ରମେ ୨୮ ଟଙ୍କା ଥିଲା । ଏବେ ଡାକ ବିଭାଗ ପକ୍ଷରୁ ଗାଙ୍ଗୋତ୍ରିର ୨୫୦ ମିଲିଲିଟର ବୋତଲ ଗଙ୍ଗା ପାଣି ୩୦ଟଙ୍କା ହୋଇଛି । କିନ୍ତୁ ସରକାର ଏବେ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି । ଯେଉଁଥିପାଇଁ ଗଙ୍ଗାପାଣିର ମୂଲ୍ୟ ବଢିବ ବୋଲି କୁହାଯାଇଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.