ପିଡିଏସ ଚାଉଳରେ ଦୁର୍ନୀତି ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଲିଟିଗୁଡା ପଂଚାୟତରେ ପି.ଡି.ଏସ. ଚାଉଳ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି | ଏ ନେଇ ଲିଟିଗୁଡା ଗାଁର ୱାର୍ଡ ମେମ୍ବର-୧ ଦୂର୍ଜନ ଘିବେଲାଙ୍କ ସହିତ ୨ ଟି ୱାର୍ଡର ସମସ୍ତ ହିତାଧିକାରୀ ନୂଆପଡା ଜିଲ୍ଲପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ପ୍ରକାଶ ଯେ, ଲିଟୁଗୁଡା ଗାଁର ୱାର୍ଡ ନମ୍ବର-୧ ଓ ୱାର୍ଡ ନମ୍ବର-୨ କୁ ସବୁ ସମୟରେ ଅଣଦେଖା କରାଯାଉଛି | ୨ ବର୍ଷରୁ ଅଧିକ ସମୟ ହେଲାଣି ବାରମ୍ବାର ପି.ଡି.ଏସ. ଚାଉଳରେ ଅବହେଳା କରି ଜନ ସାଧାରଣଙ୍କୁ ହଇରାଣ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି | ଚଳିତ ବର୍ଷର ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ପି.ଡି.ଏସ. ସବୁ ପଂଚାୟତରେ ବିତରଣ ହୋଇ ଯାଇଥିବା ବେଳେ ଲିଟିଗୁଡା ପଂଚାୟତରେ ପି.ଡି.ଏସ. ଚାଉଳ ଆସି ନାହିଁ ଓ ନିଜ ହାତରୁ ପି.ଡି.ଏସ. ଦେବି କି ବୋଲି ଅଧିକାରୀ ନିରୀହ ହିତାଧିକାରୀମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଗାଁ ଲୋକେ ଲିଖିତ ଅଭିଯୋଗ କରିଛନ୍ତି | ପି.ଇ.ଓ ଏବଂ ଜି.ଆଇ.ଏସ ମିଳିତ ଭାବେ ପି.ଡି.ଏସ. ଦୁର୍ନୀତି କରିଥିବା ଲୋକେ ଅଭିଯୋଗ କରୁଛନ୍ତି | ଏହାର ପ୍ରତିକାର ନ କଲେ ପଂଚାୟତ ସମ୍ମୁଖରେ ଧାରଣାରେ ବସିବା ପାଇଁ ଗ୍ରାମବାସୀ ସ୍ଥିର କରିଛନ୍ତି | ଏ ନେଇ ସିନାପାଲି ବିଡିଓ ସର୍ବେଶ୍ୱର ଜାଲଙ୍କୁ ପଚାରିବାରୁ ଏ ସମ୍ପର୍କରେ ମୋ ପାଖରେ କିଛି ଅଭିଯୋଗ ଆସି ନାହିଁ ଏବଂ ଏ ନେଇ ତଦନ୍ତ କରିବି ବୋଲି ଶ୍ରୀ ଜାଲ କହିଥିଲେ | ତେବେ ପ୍ରଶାସନ ଏହାକୁ କେତେ ଗୁରୁତ୍ୱ ଦେଇ ଲୋକଙ୍କ ସମସ୍ୟା ଦୂର କରିବାରେ ସକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା | ଲିଟୁଗୁଡ଼ା ଗାଁର ଦେବ ସିଂ ବଛା, ଚକିତ ନାଗ, ରାଜେନ୍ଦ୍ର ଘିବେଲା, ସଦାନନ୍ଦ ନାଗ, ଗିରଧାରୀ ବଛା, ପ୍ରଫୁଲ୍ଲ ମାଝୀ, ଵାଲା ନାଗ, ଜିତେନ୍ଦ୍ର ବଛା ପ୍ରମୁଖ ଅଭିଯୋଗ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.