ଉଛଲା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୩, ସାବୁନ ସିନ୍ଦୁକ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚହକା ଠାରେ ଉଛଲା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୩ ଅବସରରେ ସ୍ୱଚ୍ଛ ବିଦ୍ୟାଳୟ ପାଇଁ ସାବୁନ ସିନ୍ଦୁକ (ସୋପ୍ ବ୍ୟାଙ୍କ୍) ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସିଆରସିସି ଅଜିତ କୁମାର ପଧାନଙ୍କ ଆବାହନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୂବେ , ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ଓ ଧର୍ମଗଡ ୱେବ୍ ମିଡିଆ ସଂଘ ସଭାପତି ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଏବଂ ସମସ୍ତ ପ୍ରଧାନଶିକ୍ଷକଙ୍କୁ ଗୋଟିଏଁ ଲେଖା ସିନ୍ଦୁକ ପ୍ରଦାନ କରିଥିଲେ। ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୨ଟି ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବକ୍ତୃତା, ପ୍ରବନ୍ଧ, କୁଇଜ୍, ସଙ୍ଗୀତ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ ଆଦି ୧୮ଗୋଟି ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ମିଲେଟ୍ ପ୍ରୋତ୍ସାହନ ପାଇଁ ଓଡିଶା ମିଲେଟ୍ ଆଧାରରେ ଭିନ୍ନ ଭିନ୍ନ ପ୍ରତିଯୋଗିତା ହୋଇଥିଲା।

Omkar Vasthu
Omkar Vasthu

ଆୟୋଜିତ ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ ହାଇସ୍କୁଲର ପ୍ରଧାନଶିକ୍ଷକ ବିରେଶ ପଟେଲଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅକ୍ଷୟ ଭୋଇ, ସୁନୀଲ ଦାସ, ପ୍ରଦ୍ୟୁମ୍ନ ମୁଣ୍ଡ, ମିହିର ବୁଦ୍ଧିଆ, କୁମୁଦ ଶବର ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ଉଦଘାଟିତ ସାବୁନ ସିନ୍ଦୁକର ବ୍ୟବହାର ଉପରେ ସିଆରସିସି ଅଜିତ ପଧାନ ଆଲୋକପାତ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ୟୁନିସେଫ ଆନୁକୁଲ୍ୟରେ ଭୁବନେଶ୍ଵରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଜିଲ୍ଲା ସାଧନକର୍ମୀ ଓ ବ୍ଲକ ସାଧନକର୍ମୀ କର୍ମଶାଳାରେ ରାଜ୍ୟ ୱାସ୍ ବରିଷ୍ଠ ପରାମର୍ଶଦାତା ଏମ୍ଏସ୍ ଖାଁଙ୍କ ମାର୍ଗଦର୍ଶନରେ ସାବୁନ ସିନ୍ଦୁକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଏବଂ ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ସେଥିରେ ସିଆରସିସି ଶ୍ରୀ ପଧାନ ମଧ୍ୟ ଜିଲ୍ଲା ସାଧନକର୍ମୀ ଭାବେ ଅଂଶଗ୍ରହଣ କରିଥିଲେ। ସୁରଭି କାର୍ଯ୍ୟକ୍ରମରେ ସର୍ବମୋଟ ୧୩୧ ଟି ହାତଧୁଆ ସାବୁନ ସଂଗ୍ରହ ହୋଇଥିଲା। ଶିକ୍ଷକ ସୁନୀଲ ଦାସଙ୍କ ସମେତ ଉଛଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଚଞ୍ଚଳା ବେଶ୍ରା ଓ ନିହାରିକ ଭୋଇ ମଞ୍ଚ ପରିଚାଳନା କରିଥିଲେ। ପୁରସ୍କାର ବିତରଣରେ ସହଯୋଗ କରିଥିଲେ ଶିକ୍ଷକ ପ୍ରଫୁଲ୍ଲ ଶବର, ସଞ୍ଜୀବ ପଧାନ, ଅତୁଲ୍ୟ ଚନ୍ଦ୍ର ନାୟକ, ଶିକ୍ଷୟିତ୍ରୀ କନକ ଭୋଇ, ପ୍ରଜ୍ଞା ରଞ୍ଜନା ନାଗ, ଶକୁନ୍ତଳା ପ୍ରଧାନ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶେଷରେ ଚହକା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.