ହୋଟେଲ ସ୍ବସ୍ତିରେ ନବରାତ୍ର ପାଇଁ ଦାଣ୍ଡିଆ ନୃତ୍ୟ “ଚିଲିକା ରିଦମ”, ପର୍ଯ୍ୟଟକମାନେ ନେବେ ଦୁର୍ଗାପୂଜାର ମଜା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଆଗାମୀ ଦୁର୍ଗାପୂଜାରେ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିଲିକା କୂଳର ଓଡ଼ିଆ ଆଲପୁର ଠାରେ ଥିବା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହୋଟେଲ ସ୍ବସ୍ତି ରିସର୍ଟ ଆୟୋଜିତ କରିବାକୁ ଯାଉଛି ଗୁଜରାଟ ଓ ରାଜସ୍ଥାନ ଅଂଚଳର ଦାଣ୍ଡିଆ ଲୋକନୃତ୍ୟ କାର୍ଯ୍ୟକ୍ରମ, ଯାହାର ନାମ ଚିଲିକା ରିଦମ ନାମକରଣ କରାଯାଇଛି। ଆଗାମୀ ନବରାତ୍ର ଉପଲକ୍ଷେ ଓଡିଶା ଦାଣ୍ଡିଆ ନୃତ୍ୟ କଳାକାରମାନଙ୍କ ଦ୍ଵାରା ପରିବେଷଣ କରାଯିବ। ଆଗାମୀ ୨୨ ତାରିଖ ଠାରୁ ତିନି ଦିନ ବ୍ୟାପି ମଞ୍ଚସ୍ଥ ହେବ ବୋଲି ସ୍ବସ୍ତି ହୋଟେଲର କର୍ମକର୍ତାମାନେ ହୋଟେଲ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏ ଉପଲକ୍ଷେ ଓଡ଼ିଆ, ବେଙ୍ଗଲୀ ଓ ଉତ୍ତର ଭାରତର ବିଭିନ୍ନ ପାରମ୍ପରିକ ଖାଦ୍ୟ ଓ ରହଣି ସୁଲଭ ମୂଲ୍ୟରେ ପର୍ଯ୍ୟଟକ ଓ ଦର୍ଶକମାନଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ହୋଟେଲର ଜେନେରାଲ ମ୍ୟାନେଜର ପ୍ରମୋଦ ତିୱାରୀ, ଫ୍ରଣ୍ଟ ଅଫିସ ମ୍ୟାନେଜର ଋତୁରାଜ ପ୍ରଧାନ, ଏକଜିକୁଟିଭ ଚିଫ ରଫିକ ଖାନ, ସହକାରୀ ମ୍ୟାନେଜର ଅନିଲ କୁମାର ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.