ନର୍ଲାରୋଡ ନବରାତ୍ରୀ ପୂଜା ପାଇଁ ଭବ୍ୟ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର):  ନର୍ଲାରୋଡର ବହୁପ୍ରସିଦ୍ଧ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଶନିବାର ଅମାବାସ୍ୟା ତିଥିରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ସମୟରେ ସର୍ଗୀଗୁଡା ସାନ୍ଦୁଲ ନଈରୁ ଜଳନେଇ କଳସ ଯାତ୍ରା ହୋଇଥିଲା । କଳସଯାତ୍ରାରେ ନର୍ଲାରୋଡ, ସର୍ଗୀଗୁଡାରୁ ୧୦୦ରୁ ଉର୍ଦ୍ଧ୍ବ ମହିଳା ଅଂଶ ଗ୍ରହଣ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନର୍ଲାରୋଡ ଶାରଦୀୟ ହୁର୍ଗାପୂଜା ନଅଦିନ ଧରି ପାଳିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ପୂଜା ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନ ପ୍ରକାଶ କରିଛନ୍ତି । ଶନିବାର ସଂଧ୍ୟା ୫ ଘଣ୍ଟା ସମୟରେ ଲଗ୍ନ ଓ ନୀତି ନିୟମ ଅନୁଯାୟୀ ସାନ୍ଦୁଲ ନଈ ପଠାରେ ପୂଜାପାଠ ହୋଇ କଳସ ପବିତ୍ରୀ କରଣ କରାଯାଇଥିଲା । ଏକ ଭବ୍ୟ ଶୋଭା ଯାତ୍ରାରେ ପୂଜା ମଣ୍ଡପକୁ କଳସ ନେଇ ଆସିଥିଲେ ଶ୍ରଦ୍ଧାଳୁ ଭକ୍ତ । ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ରାଜିନ ସାହୁ ଦମ୍ପତିଙ୍କ ଉପରେ ଦାଇତ୍ୱ ନ୍ୟସ୍ତ ରହିଥିବା ଜଣାପଡିଛି । ଚଳିତ ବର୍ଷ ଯାଜପୁରର ନୂତନ ପୂଜକ ଦଳ ନର୍ଲାରୋଡ ଦୁର୍ଗାପୂଜାରେ ପୂଜନ କାର୍ଯ୍ୟ କରୁଛନ୍ତି । ସଂକୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ଏକ ବଡ ପଟୁଆରରେ ନର୍ଲାରୋଡ ଦୁର୍ଗା ମଣ୍ଡପ ଯାଏଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। କଳସ ମଣ୍ଡପରେ ପହଂଚିବା ପରେ ଅପେକ୍ଷାରେ ଥିବା ନଗରବାସୀ ଭବ୍ୟ ସ୍ୱାଗତ କରିଥିଲେ କଳସକୁ । ମଣ୍ଡପରେ କଳସ ସ୍ଥାପନ ପରେ ମାଙ୍କ ଅଧିବାସ ଓ ବେଲବରଣ ପର୍ବ ଅନୁଷ୍ଠିତ ହୋଇଥିଲା । କଳସ ଯାତ୍ରା କାର୍ଯ୍ୟକ୍ରମରେ ପୂଜା ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନ, ସାଧାରଣ ସମ୍ପାଦକ ବିମଲ କୁମାର କେଡିଆ, ବରିଷ୍ଠ ସଦସ୍ୟ ବାବୁଲା ରାଉତ, ଅମର ରାଉତ, ବିନାୟକ ମହନ୍ତ, ରାଜା ପରିଡା, ପିତାମ ପ୍ରମୁଖ କମିଟିର ବରିଷ୍ଠ ସଦସ୍ୟ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚଳିତ ବର୍ଷ ଲଘୁଚାପଜନିତ ବର୍ଷା ସ୍ଥିତିକୁ ଦେଖି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ହମେଶ କୁମାର ଜୈନ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.