ମୁମୂର୍ଷୁଙ୍କୁ ବିରଳ ରକ୍ତଦାନ କରି ଜୀବନ ବଞ୍ଚାଇଲେ ସରିଆଁର ଅଜିତ ସାହୁ ଓ ଲଳିତ ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବେଳେ ବେଳେ ପରୋପକାରୀ ସହଯୋଗୀ ବ୍ୟକ୍ତି ଅନ୍ୟକୁ ବିପଦ ସମୟରେ ସାହାଯ୍ୟ କରି ତା’ର ମହନୀୟତାର ପରିଚୟ ଦେଇଥାଏ । ସେହିଭଳି ମହାନତା ଦେଖିବାକୁ ମିଳିଛି ସରିଆଁ ଗ୍ରାମର ଦୁଇ ଯୁବକଙ୍କ ଠାରେ । ଖବରରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ମ. ରାମପୁରର ଯମୁନା ଆଚାର୍ଯ୍ୟ (୭୭)ଙ୍କୁ ଭବାନୀପାଟଣାର ମାଁ ମାଣିକେଶ୍ଵରୀ ମଲ୍ଟି ସ୍ପେସାଲିଟୀ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା ସ୍ବାସ୍ଥ୍ୟଗତ ଅସୁସ୍ଥତା ଯୋଗୁଁ। ତାଙ୍କୁ ବିରଳ ‘ବି ନେଗେଟିଭ’ ଗ୍ରୁପ ରକ୍ତ ଅତ୍ୟନ୍ତ ଜରୁରୀ ଥିଲା । ସେହିଭଳି ନର୍ଲା ବ୍ଲକ ଅନ୍ତର୍ଗତ ଚିଆଁପଦର୍ ଗ୍ରାମର ନକୁଲ ପ୍ରଗଣିଆ(୨୫)ଙ୍କୁ ‘ଓ ପଜେଟିଭ’ ଗ୍ରୁପ ର ରକ୍ତ ଜରୁରୀ ଥିଲା। ଏହି ଖବର ଜାଣିବା ପରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସକ୍ରିୟ ସଦସ୍ୟ ଅଜିତ କୁମାର ସାହୁ ‘ବି ନେଗେଟିଭ’ ଆଉ ଲଲିତ ମାଝୀ ‘ଓ ପଜେଟିଭ’ ଗ୍ରୁପ – ଜିଲ୍ଲା ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ । ସ୍ୱେଚ୍ଛାସେବୀ ମିଲନ କୁମାର ଭୋଇ ରକ୍ତ ଯୋଗାଡ କରିବାରେ ସହଯୋଗ କରିଥିଲେ । ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରର କର୍ମଚାରୀ, ଅଜିତ କୁମାର ନାଏକ, ସରୋଜ କୁମାର ମହନ୍ତ, ଶମ୍ଭୁ ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସାହଯ୍ୟ କରିଥିଲେ । ଏହିପରି ମହତ୍ କାର୍ଯ୍ୟ କରି ଜୀବନ ବଞ୍ଚେଇଥିବାରୁ ଦୁଇ ରକ୍ତଦାତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.