ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ମହାଳୟା ଦିନ ଜଗତ ଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା ନିମନ୍ତେ ଥନାପତି ପଡ଼ାରେ ଅନୁଷ୍ଠିତ ହୋଇଯାଇଛି କଳସ ଶୋଭାଯାତ୍ରା । ଏହି କଳସ ଯାତ୍ରାରେ ଥନାପତି ପଡ଼ା ତଥା ଆଖପାଖ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ସମସ୍ତେ ମିଶି ଏକ ବିରାଟ ଶୋଭାଯାତ୍ରା ରେ ଘଣ୍ଟ, ଶଙ୍ଖ, ବାଦ୍ୟ ର ତାଳେ ମହାନଦୀ ସ୍ଥିତ ତେନ୍ତୁଳି ଘାଟରୁ କଳସ ଶୋଭାଯାତ୍ରା ରେ ବାହାରି ଥାନପତି ପଡା ପୂଜା ମଣ୍ଡପ ଠାରେ ପହଞ୍ଚିଥିଲେ। ମାଙ୍କ ପୂଜା ୧୪ ତାରିଖ ରୁ ଆରମ୍ଭ ହୋଇ ୨୪ ତାରିଖ ଦିନ ସମାପ୍ତ ହେବାକୁ ଥିବା ବେଳେ ଚଳିତ ବର୍ଷ ୬ ଲକ୍ଷ ଟଙ୍କା ର ବଜେଟ୍ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । କମିଟି ସଭାପତି ରଞ୍ଜିତ ରାଏ, ସମ୍ପାଦକ ବିକି ମିଶ୍ର, କୋଷାଧ୍ୟକ୍ଷ ବ୍ରଜ କିଶୋର ମହଲା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇ ଥିବା ଥନାପତି ପଡାର ୭୩ ତମ ପୁଜା ଅବସର ରେ ୧୮ ତାରିଖ ରେ ଓଡ଼ିଶା ର ସୁନାମ ଧନ୍ୟ ଗୀତିକାର ଅଭିଜିତ ମଜୁମଦାର ଙ୍କ ମେଲୋଡି ହେବାକୁ ସ୍ଥିର ହୋଇଛି। ୨୫ ତାରିଖ ଦିନ ଭସାଣି ଉତ୍ସବ ମଧ୍ୟ ଧୂମଧାମରେ ଅନୁଷ୍ଠିତ ହେବ l