ମ.ରାମପୁରରେ ନବ ଦୁର୍ଗା ପୂଜା ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ନବ ଦୁର୍ଗା ପୂଜା କମିଟି ତରଫରୁ ମାଆଙ୍କ ନବ ଦିନାତ୍ମକ ପୂଜା ଆଜି ଆରମ୍ଭ ହୋଇଯାଇଛି । ହାଇସ୍କୁଲ ଛକ ଓ ଶ୍ରୀ ରାମ କୃଷ୍ଣ ଆଶ୍ରମ ମଧ୍ୟବର୍ତ୍ତି ସ୍ଥାନରେ ଏହି ପୂଜା ଆୟୋଜନ କରା ଯାଇଛି। ପୂଜା କର୍ତ୍ତା ଭାବରେ ସତ୍ୟ ନାରାୟଣ ପଣ୍ଡା ଓ ତାଙ୍କ ପତ୍ନୀ ସୁଷମା ପଣ୍ଡା ଦାୟିତ୍ଵ ନିର୍ବାହ କରୁଛନ୍ତି । ପୂଜକ ଆଶୁତୋଷ ପାଢ଼ୀ ଓ ମୁନା ପ୍ରସାଦ ପାଢ଼ୀ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମାଙ୍କ ମୂର୍ତ୍ତି ନିର୍ମାଣ ରାମ ସିଂ ପୋଢ଼ଙ୍କ ଦ୍ଵାରା ସମ୍ପାଦିତ ହେଇଛି । ନଅ ଦିନ ଧରି ଏହି ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ପୂର୍ବବର୍ଷ ଭଳି ଧୁମ୍ ଧାମରେ ପାଳିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦର ମଣ୍ଡପ ସାଜସଜ୍ଜା ସହ ଉଜ୍ଜ୍ୱଳ ଆଲୋକମାଳା ସମସ୍ତଙ୍କ ପାଇଁ ଆକର୍ଷଣୀୟ ହେଇଛି। ନବ ଦୁର୍ଗା ପୂଜା କମିଟିର ସମସ୍ତ ସଦସ୍ୟଙ୍କ ଦ୍ଵାରା ପୂଜା କାର୍ଯ୍ୟ ପରିଚାଳିତ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.