ଇସ୍ରାଏଲ-ହମାସ ଯୁଦ୍ଧ: ସୁଡାନରେ ବୃଦ୍ଧି ପାଇଛି ଦୁଷ୍କର୍ମ ଓ ଯୌନ ହିଂସା ମାମଲା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମୁସଲମାନ ଦେଶ ସୁଡାନରୁ ଏକ ଭୟଙ୍କର ଖବର ସାମ୍ନାକୁ ଆସିଛି। ଅର୍ଦ୍ଧ ସାମରିକ ବାହିନୀ ଶାସନ କ୍ଷମତା ଅକ୍ତିଆର କରିବା ପରେ ଅଶାନ୍ତ ହୋଇଛି ସୁଡାନ। ଏଠାରେ ବଢିଯାଇଛି ସଂଘର୍ଷ। ସୁଡାନରେ ବୃଦ୍ଧି ପାଇଛି ଦୁଷ୍କର୍ମ ଏବଂ ଯୌନ ହିଂସା ମାମଲା। ଏହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ଗତ ପାଞ୍ଚ ମାସ ମଧ୍ୟରେ ଦୁଷ୍କର୍ମ ସମେତ ଯୌନ ହିଂସା ଭଳି ୨୧ ଟି ଘଟଣା ଘଟିଥିବା ଏକ ରିପୋର୍ଟ ସାମ୍ନାକୁ ଆସିଛି। ୧୦ ଜଣ ନାବାଳିକାଙ୍କ ସମେତ ଅତି କମରେ ୫୭ ମହିଳା ଏବଂ ଯୁବତୀ ଯୌନ ହିଂସାର ଶିକାର ହୋଇଛନ୍ତି। ଏହି ଜଘନ୍ୟ ଅପରାଧର ମୁଖ୍ୟ ଅଭିଯୁକ୍ତଙ୍କୁ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ର ସଂଗ୍ରାମୀ ରୂପେ ଚିହ୍ନଟ କରାଯାଇଛି। ଏମାନେ ସୁଡାନର ସକ୍ରିୟ ଅର୍ଦ୍ଧ ସାମରିକ ବାହିନୀ ଅଟନ୍ତି। ଯେତେବେଳେ ଯୁଦ୍ଧର ବିଶୃଙ୍ଖଳା ମଧ୍ୟରେ ମହିଳାମାନେ ସୁରକ୍ଷିତ ସ୍ଥାନ ଖୋଜନ୍ତି ଠିକ୍ ସେତିକିବେଳେ ଉକ୍ତ ମହିଳାଙ୍କର ଯୌନ ହିଂସା ହେବାର ଆଶଙ୍କା ବଢିଯାଏ। ଏଠାରେ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ମିଳିତ ଜାତିସଂଘର ମହିଳା ଭଳି ସଂଗଠନ ଲୋକମାନଙ୍କୁ ସାହାଯ୍ୟ ଏବଂ ସେବା ଯୋଗାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ସୁଡାନରେ ଦୁଷ୍କର୍ମ ଏବଂ ଯୌନ ହିଂସା ସ୍ତରରେ ଚାଲିଥିବା ଯୁଦ୍ଧର ପ୍ରଭାବକୁ କମ୍ କରାଯାଇପାରିବ ନାହିଁ। ଏହି ଘଟଣା ବର୍ତ୍ତମାନ ଭୟ, ଅସ୍ଥିରତା ଏବଂ ଅରାଜକତାର ପରିବେଶ ସୃଷ୍ଟି କରିଛି, ଯେଉଁଥିରେ ଏପରି ଜଘନ୍ୟ ଅପରାଧର ବୃଦ୍ଧି ଘଟିଛି। ସମଗ୍ର ବିଶ୍ୱର ଧ୍ୟାନ ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ। ଏହି ସମୟରେ ମୁସଲମାନ ଦେଶ ସୁଡାନକୁ ନେଇ ମିଳିତ ଜାତିସଂଘର ରିପୋର୍ଟ ପ୍ରକାଶ ପାଇଛି। ଏଠାରେ ଦୁଷ୍କର୍ମ ଏବଂ ଯୌନ ହିଂସା ସମସ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି। ଯାହା ଉପରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ। ଚାଲିଥିବା ଯୁଦ୍ଧ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି। ଏହି ଜଘନ୍ୟ ଅପରାଧର ମାମଲା ବଢିବାରେ ଲାଗିଛି। ସୂଚନା ଅନୁସାରେ ସୁଡାନରେ ମଧ୍ୟ ଯୁଦ୍ଧ ପରିସ୍ଥିତି ଉପଜିଛି। ଏହି ଯୁଦ୍ଧ ପ୍ରଥମେ ଖାର୍ତୁମରେ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ଦେଶର ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ମିଳିତ ଜାତିସଂଘର ମାନବିକ ସଂଗଠନର ମୁଖ୍ୟ ମାର୍ଟିନ୍ ଗ୍ରିଫିଥସ୍ କହିଛନ୍ତି ଯେ ଏହି ଯୁଦ୍ଧରେ ୯,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଭୂମିହୀନ ହୋଇପଡିଛନ୍ତି। ଲୋକମାନେ ସୁଡାନ ଭିତରେ କିମ୍ବା ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି। ସୁଡାନ ଭିତରେ ୪.୫ ମିଲିୟନରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବାବେଳେ ୧.୨ ମିଲିୟନରୁ ଅଧିକ ଲୋକ ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.