ସାହିତ୍ୟିକ ହର୍ଷବର୍ଦ୍ଧନ ପତି ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଟକ: ବୟାଳିଶ ମୌଜା ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ହର୍ଷବର୍ଦ୍ଧନ ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି। ସାହିତ୍ୟ ସମାଜର ସଂଯୋଜକ ସନ୍ତୋଷ କୁମାର ପତିଙ୍କ ସଂଯୋଜନାରେ ତାଙ୍କ ପୈତୃକ ଗ୍ରାମ ଏରଞ୍ଚ ସ୍ଥିତ ବାସଭବନରେ ଧର୍ମପତ୍ନୀ ପ୍ରମିଳା ଦେବୀଙ୍କ ଉପସ୍ଥିତିରେ କର୍ମକର୍ତ୍ତା ମାନେ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସାହିତ୍ୟ ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାହିତ୍ୟ ସମାଜର ଉପଦେଷ୍ଟା କବି ଅଶୋକ କୁମାର ପତି, କବି ବିଳାସ ଚନ୍ଦ୍ର ବେହେରା ଓ ସାହିତ୍ୟିକ ବୁଲେଇ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କବି ବିଳାସ ଚନ୍ଦ୍ର ବେହେରାଙ୍କ ରଚିତ ପୁସ୍ତକ କବିତା ଗ୍ରନ୍ଥ “ଜୀବନ ଚମ୍ପୁ” ତାଙ୍କୁ ଅର୍ପଣ କରାଯାଇଥିଲା। ବୟାଳିଶ ମୌଜା ସାହିତ୍ୟ ସମାଜ ପକ୍ଷରୁ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରାଯାଇଥିଲା। ଶେଷରେ ସଂଯୋଜକ ସନ୍ତୋଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.