ଜାତୀୟ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା: ଗୋଚ୍ଛାଡ଼େଙ୍ଗେନ ପଂଚାୟତର ମାନସ ପାଇଲେ ରୌପ୍ୟ ପଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ୱେଷ୍ଟ ବେଙ୍ଗଲ ଆଥେଲେଟିକ୍ ଆସୋସିଏସନ୍ ତରଫରୁ ଅନୁଷ୍ଠିତ ୩୪ତମ ଜାତୀୟ ସ୍ତରୀୟ ଆଥେଲେଟ୍ ମିଟ୍ ରେ କମାଲ କରିଛନ୍ତି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଚ୍ଛାଡ଼େଙ୍ଗେନ ପଂଚାୟତର ପ୍ରତିଭା । ଚଳିତ ମାସ ୧୯ ଓ ୨୦ ତାରିଖରେ କଲିକତା ର ସାଇ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଆୟୋଜିତ ଏହି ଆଥଲେଟ ମିଟ ର କନିଷ୍ଠ ବିଭାଗର ଲମ୍ବ ଡିଆଁ(୫.୮୭) ମାନସ ରଞ୍ଜନ ମାଝୀ ଦ୍ୱିତୀୟ ସ୍ଥାନ ରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ କଲିକତା ଠାରେ ଅନୁଷ୍ଠିତ ହେଇଯାଇଥିବା ଜାତୀୟ ସ୍ତରୀୟ ଆଥେଲେଟ ମିଟରେ (୧୪ ବର୍ଷ ରୁ କମ) ବିଭାଗର ଲମ୍ବ ଡ଼ିଆଁ ପ୍ରତିଯୋଗୀତାରେ ମାନସ ଏହି ସଫଳତା ହାସଲ କରିଛନ୍ତି । ଗୋଚ୍ଛାଡ଼େଙ୍ଗେନ ପଂଚାୟତର ବେଲୁର ଗାଁ ନିବାସୀ ପତିରାମ ମାଝୀ ଓ ମମତା ମାଝୀଙ୍କ ପୁଅ ମାନସ ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ସଂପ୍ରତି କୋରାପୁଟ ସ୍ପୋର୍ଷ୍ଟ ହଷ୍ଟେଲରେ ରହି ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଗୋଚ୍ଛାଡ଼େଙ୍ଗନ ପଂଚାୟତର ବେଲୁର ଏକ ମଫସଲ ଗାଆଁ, ସେଥିରୁ ଯାଇ ଜାତୀୟ ସ୍ତରୀୟ କ୍ରୀଡା ରେ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ମାନସଙ୍କୁ ଏହି ସଫଳତା ପରେ ଶୁଭେଛାର ସୁଅ ଛୁଟିଛି । ତେବେ ଏଥର ସେ ସ୍ବର୍ଣ୍ଣ ପଦକ ପାଇଁ ପ୍ରଚେଷ୍ଟା କରି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି ଏବଂ ଆଗାମୀ ଦିନରେ ସେ ଆନ୍ତର୍ଜାତୀୟ ଆଥଲେଟ୍ ପାଇଁ ପ୍ରସ୍ତୁତି ବଜାୟ ରଖିଥିବା କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.