ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବାପା ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତ କୁଆରଗାଁ (ଠେଲକୋପଡା)ରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି l ମୃତ ମହିଳାଙ୍କ ନାମ ମାମି କଲତା (୩୦) ବୋଲି ଜଣାପଡିଛି l ଏ ନେଇ ସଇଁତଲା ଥାନା କେଶ ନଂ 279/23 ଅନୁସାରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗୀର ମେଡିକାଲକୁ ପଠାଇଛି l ଘଟଣାସ୍ଥଳରେ ସଇଁତଲା ପୋଲିସ ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଂଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରୁଛି l ଅନ୍ୟପଟେ ଘଟଣାକୁ ନେଇ ମାମିଙ୍କ ବାପା ବୀର ବାରିକ ସଇଁତଲା ଥାନାରେ ମୋ ଝିଅଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି l ସୂଚନାରୁ ପ୍ରକାଶ ଯେ, କୁଆଁରଗାଁ ଠେଲକୋପଡାର ବିମ୍ବାଧର କଳତା ୧୦ ବର୍ଷ ତଳେ ଲୋଇସିଂଙ୍ଗା ଥାନା ଛେଲବାହାଲ ଗ୍ରାମରୁ ମାମିକୁ ରୀତିନୀତି ଅନୁସାରେ ବିବାହ କରିଥିଲେ l ବର୍ତମାନ ତାଙ୍କର ୩ଟି ପୁଅ ଝିଅ ଅଛନ୍ତି l ତେବେ ଗତ ୨୦ ତାରିଖ ସନ୍ଧ୍ୟାରେ ମାମି ଅସୁସ୍ଥ ଅନୁଭବ କରି ତଳେ ପଡି ଯାଇଥିଲେ l ଏହାପରେ ପରିବାର ଲୋକେ ତୁରନ୍ତ ସଇଁତଲା ଡାକ୍ତରଖାନକୁ ନେଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ମାମିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି l ଏ ନେଇ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ଥାନା ଏଏସଆଇ ଆଲୋକ ପ୍ରସାଦ ଭୋଇ, ସଂଗୀତା ବେକ ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଂଚିଥିଲେ l ଏ ସମ୍ପର୍କ ଥାନା ଅଧିକାରୀ ଶ୍ରୀ ସାହୁ ପଚାରିବାରୁ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣା ସତ୍ୟସତ୍ୟା ଜଣାପଡିବ ବୋଲି ପ୍ରକାଶ କରିଥିଲେ l ଉକ୍ତ ମାମଲାକୁ ଏସଆଇ ଶ୍ରୀ ଭୋଇ ତଦନ୍ତ କରୁଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.