ମା’ ବାହୁତୀ, ମା’ ବିମଳା ଓ ବାଟ ଭୈରବୀ ମନ୍ଦିରରେ ଶାରଦୀୟ ଦଶହରା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ରାଜ ପରିବାରର ଅଧିଷ୍ଠାତ୍ରୀ ଦେବୀ ମା ବାହୁତୀ, କନକ ଦୁର୍ଗା, ନିର୍ମଲଝର ପୀଠରେ ମା’ ବିମଳା ଓ ବାଟ ଭୈରବୀ ମନ୍ଦିରରେ ନବଦିନାତ୍ମକ ଦଶହରା ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଦେବୀପୀଠମାନଙ୍କରେ ମୂଳାଷ୍ଟମୀ ଠାରୁ ଷୋଡଶ ଉପଚାର ପୂଜା କରାଯାଇଥାଏ। ନୀତି ଅନୁଯାୟୀ ପ୍ରତିଦିନ ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଓ ନବଦୁର୍ଗା ବେଶ ସମେତ ହୋମ, ଶଙ୍ଖୁଡି ଭୋଗ ଓ ହୋମରାତ୍ରିର ନିସ୍ତବ୍ଧ ପ୍ରହରରେ ସପ୍ତଶତି ଚଣ୍ଡୀ ସହ ମା’ଙ୍କୁ ଆବାହନ କରାଯାଇ ବୈଦିକ ନୀତି ସହ ପୂଜାର୍ଚ୍ଚନା କରାଯାଇଥାଏ। ଦୁର୍ଗାପୂଜା ଉପଲକ୍ଷେ ଖଲ୍ଲିକୋଟ ସହରର ଆରାଧ୍ୟ ଦେବୀଙ୍କୁ ସୁସଜ୍ଜିତ କରି ପାଲିଙ୍କିରେ ନବମୀ ତିଥିରେ ନଗର ଭ୍ରମଣ ହୋଇଥିଲା। ଠାକୁରାଣୀମାନଙ୍କ ଦର୍ଶନ ଓ ସାନ୍ନିଧ୍ୟ ପାଇବା ପାଇଁ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.