ଜୁନାଗଡ଼ରେ ଗଜଲକ୍ଷ୍ମୀ ପୂଜା: ମୁଖ୍ୟ ଆକର୍ଷଣ ମହାକାଳେଶ୍ଵର ମନ୍ଦିରର ପେଣ୍ଡାଲ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ପୁରୁଣା ବସ ଷ୍ଟାଣ୍ଡ ଲକ୍ଷ୍ମୀ ପୂଜା କମିଟିର ଗଜଲକ୍ଷ୍ମୀ ପୂଜା ପୁରୁଣା ବସଷ୍ଟାଣ୍ଡ ଠାରେ ଆୟୋଜିତ ହୋଇଛି । ଏହି ବର୍ଷର ବିଶେଷ ଆକର୍ଷଣ ମହାକାଳେଶ୍ଵର ମନ୍ଦିର ଉଜ୍ଜୈନର ପୂଜା ପେଣ୍ଡାଲ ତିଆରି ହୋଇଛି । ପୂର୍ବ ବର୍ଷ ଏହି ପରି କେଦାରନାଥ ମନ୍ଦିରର ପୂଜା ପେଣ୍ଡାଲ ହୋଇଥିଲା । ଲକ୍ଷ୍ମୀପୂଜା ନିମନ୍ତେ ଶନିବାର ସକାଳ ୮ ଘଣ୍ଟା ସମୟରେ ଜୁନାଗଡ଼ ଲକ୍ଷ୍ମିଶାଗର ବନ୍ଧରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂଜକ ପଣ୍ଡିତଙ୍କ କଳସ ଶୁଦ୍ଧି କରଣ, କର୍ଷ ଦମ୍ପତି ଶୁଦ୍ଧି କରଣ, ଦେବୀ ଆହ୍ବାନ, ଦୀପ ସମର୍ପଣ, ଅର୍ଘ୍ୟ ଅର୍ପଣ ପ୍ରଭୃତି ପୂଜନ ବିଧୁ ସମାପନ ପରେ କଳସୀରେ ଜଳ ନେଇ ପୂଜା ମଣ୍ଡପକୁ ଆସିଥିଲେ କଳସ ଯାତ୍ରୀ ଶ୍ରଦ୍ଧାଳୁ ଭକ୍ତି ଗଣ । ପ୍ରସିଦ୍ଧ ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରଦ୍ଧାଳୁ ଭକ୍ତ ମାନେ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ । ୧୦୦ ରୁ ଉର୍ଦ୍ଧ୍ବ ମହିଳା ଶ୍ରଦ୍ଧାଳୁ ଭକ୍ତ କଳସ ମୁଣ୍ଡେଇ ପୂଜା ମଣ୍ଡପକୁ ଆସିଥିଲେ । ଏହାପରେ ବିଲ୍ବବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଶନିବାର ଦିନ ଦୁଇପହର ୧:୩୦ରେ ଅନୁଷ୍ଠିତ ହୋଇଥିଲା ମା ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଭବ୍ୟ ମଣ୍ଡପ ପ୍ରସ୍ତୁତ ହୋଇ ରହିଛି ଏଥିରେ କର୍ତ୍ତା ଭାବରେ ବୁଢ଼ାରଜା ଭଣ୍ଡାର୍ଘରିଆ ଉପସ୍ଥିତ ଥିଲେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଞ୍ଚଳବାସୀ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରାସାଦର ବ୍ୟବସ୍ଥା ରହିଥ‌ିବା ସୂଚନା ମିଳିଛି । ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଜୁନାଗଡ଼ ପୁରୁଣା ବସ ଷ୍ଟାଣ୍ଡ ଲକ୍ଷ୍ମୀ ପୂଜା କମିଟିରର ସଭାପତି ସୁବ୍ରତ ସାହୁ (ବବଲୁ), ଉପସଭାପତି ଦୀପକ ସାହୁ, କୋଷାଧ୍ୟକ୍ଷ ସୁବ୍ରତ ସାହୁ (ଟିପୁ) କମିଟିର ଅନ୍ୟ ସଦସ୍ୟ ସଂଗ୍ରାମ ବେହେରା, କ୍ରିଷ୍ଣା ସାହୁ, ରାଜେନ୍ଦ୍ର ସାହୁ, ବିଶ୍ୱଜିତ୍ ସାହୁ, ରାଜ କିଶୋର ସାହୁ, ଲକି ସାହୁ, ସ୍ବାସ୍ତିଦୀପ ଆଦିତ୍ୟ, ରିନ୍ତୁ ସାହୁ, ସମ୍ଭୁ ସାହୁ ପ୍ରମୁଖ ଜୁନାଗଡବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.