ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଗବେଷକ ସାଇମନ୍ ବିଡ଼ିକାଙ୍କ ଦ୍ୱାରା ଲିଖିତ ଗବେଷଣାତ୍ମକ ସଂକଳନ “ନବରଙ୍ଗପୁର ଆଦିବାସୀ ଲୋକସାହିତ୍ୟ ଓ ସାଂସ୍କୃତିକ ପରମ୍ପରା”କୁ ନେଇ ସୃଜନୀ ପରିବାର, ଚେନ୍ନାଇ ପକ୍ଷରୁ ସୃଜନ ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର (ୟୁନେସ୍କୋ) ପ୍ରାପ୍ତ ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଗବେଷକ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ଯୋଗଦେଇଥିବା ବେଳେ ଉଦଘାଟିକା ଭାବେ ସାରସ୍ୱତ ସାଧିକା ତଥା ଶିକ୍ଷାବିତ୍ ଉପଦେଷ୍ଟା, ସୃଜନୀ ପରିବାର ଡକ୍ଟର ବାସନ୍ତୀ ମହାନ୍ତି ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପକ୍ଷୀଘର ପ୍ରକାଶନୀର ନିର୍ଦ୍ଦେଶକ ବନୋଜ ତ୍ରିପାଠୀ, ପ୍ରଶାସନିକ ଅଧିକାରୀ ତଥା କବି ଧର୍ମରାଜ ମାଝୀ, ସାହିତ୍ୟିକ ତଥା ଗବେଷକ କେଦାରେଶ୍ଵର ପଟ୍ଟନାୟକ, ସଂପାଦକ “ଦେଶିଆ” ରଞ୍ଜନ ମହୁରିଆ ଉପସ୍ଥିତ ଥିଲେ। ସମୀକ୍ଷକ ଭାବେ ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ ଡ. ପ୍ରଦୀପ କୁମାର ମିଶ୍ର, ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଗବେଷକ ଡ. ରାଜେନ୍ଦ୍ର ପାଢୀ, ସାହିତ୍ୟିକା ତଥା ଶିକ୍ଷାବିତ୍ ଡ. ମମତା ପ୍ରିୟଦର୍ଶିନୀ ସାହୁ ଯୋଗ ଦେଇଥିବା ବେଳେ ସୃଜନୀ ପରିବାର ମୁଖ୍ୟ ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର, ଉପଦେଷ୍ଟା ପ୍ରଫେସର୍ ଗୋଦାବରୀଶ ମିଶ୍ର ଉପସ୍ଥିତ ଥିଲେ। ସୃଜନୀର ସମ୍ପାଦକ ଅଶୋକ ସାମନ୍ତ ପରିଚାଳନା କରିଥିବା ବେଳେ ଲୋକ ସାହିତ୍ୟିକ ତଥା କବି ସବ୍ୟସାଚୀ ବିଷୋୟୀ ସଂଯୋଜନା କରିଥିଲେ। କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ ଓ ଆନନ୍ଦ କୁମାର ଦାଶ ସଙ୍ଗୀତ ପରିବେଷଣ କରିଥିଲେ। ଅନ୍ଯମାନଙ୍କ ମଧ୍ୟରେ ପ୍ରଫେସର ଡକ୍ଟର ଅନନ୍ତ ଗିରି, ପ୍ରଭାସିନୀ ମହାନ୍ତି, ରାଧାନାଥ ବେହେରାଙ୍କ ସମେତ ଅନେକ ଶ୍ରୋତା ଯୋଗଦେଇଥିଲେ।