ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ଅକ୍ଟୋବର ୩୧ ତାରିଖ ୱାକର୍ସ କ୍ଲବର ପ୍ରତିଷ୍ଠା ଦିବସ | ଏହି ଦିବସ ପାଳନ ଅବସରରେ ରାୟଗଡା ଝାଞ୍ଜବତୀ ମହିଳା ୱାକର୍ସ କ୍ଲବ ସଭାପତି ଅରୁଣା ବେହେରାଙ୍କ ନେତୃତ୍ୱରେ ସହରର ଅଣ୍ଟାରୀଗୁଡା ନିକଟସ୍ଥ ଢ଼େପ ସାହିରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ୱାକର୍ସ କ୍ଲବ ଏମେଫଜି ସତ୍ୟବାଦୀ ପତି, ଅଂଚଳ ଉପସଭାପତି ଅଭିମନ୍ୟୁ ନାୟକ, ପୀଡ଼ିଜି ଟି. ଜୟରାମ, କ୍ଲବ ଉପଦେଷ୍ଠା ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ଲବର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମଗୁଡିକ ବିଷୟରେ ଆଲୋକପାତ କରିଥିଲେ | ୟୁଜିଏମଆଇଟି କଲେଜ ସମ୍ମୁଖରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ରୋହିତ କୁମାର କୁଣ୍ଡୁ ଓ ତାଙ୍କ ଷ୍ଟାଫଙ୍କ ସମେତ ଏପି ଏମ. କିରଣ ପ୍ରମୁଖ ଉପସ୍ଥିତ ରହି ମହିଳା କ୍ଲବର ଏଭଳି ସେବା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ | ଏହି ଶିବିରର ୮୦ଜଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଝଞ୍ଜାବତୀ ମହିଳା କ୍ଲବର ସମ୍ପାଦିକା ରଶ୍ମିତା ପଣ୍ଡା, କୋଷଧ୍ୟକ୍ଷା ନମିତା ପାଢ଼ୀ, ଉପସଭାପତି ସୁଜାତା ମାଦଳା, ସେନାପତି ସନ୍ତୋଷୀ ପ୍ରମୁଖ ଉପସ୍ଥିତ ରହି ସହୃଦୟରେ ସେବା କାର୍ଯ୍ୟକୁ ସଫଳ କରିବାରେ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.