ସଇଁତଲାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ରେଳୱ ଷ୍ଟେସନ ସ୍ଥିତ ରାଜେନ୍ଦ୍ର ନାରାୟଣ ସିଂ ଦେଓ ଷ୍ଟାଡିଅମ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି l ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ସଇଁତଲା ବ୍ଲକର ୨୨ ଗୋଟି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଥିଲେ।  ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନିମନ୍ତେ ସଇଁତଲା ବ୍ଲକକୁ ୧୧ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ଶ୍ରୀ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ଓ ବାଣିଜ୍ୟ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନତି ଦିଗରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ଉଦବୋଧନ ଦେଇଥିଲେ l ଉକ୍ତ ସଭାରେ ଗଣ୍ଡପତ୍ରାପାଲି ସରପଞ୍ଚ ମୋନିଷ ସୁନା ପ୍ରଶାସନ ତରଫରୁ ଅଭିଭାଷଣ ଦେବା ସହ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ସମୟରେ ଜିଲ୍ଲା ନୋଡାଲ ଅଫିସର ଅଲେଖ ବିଶ୍ୱାଳ, ବିଡ଼ିଓ ବି. ଭୋଇ, ତହସିଲଦାର ମାନସ ଫିଲ କେରକେଟା, ସିଡିପିଓ ସବିତା ଦାସ, ବ୍ଲକ ସେକ୍ସନ ଅଫିସର ପର୍ଶୁରାମ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ଜିଲ୍ଲାପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଆଇନଜୀଵି ମାନଭଞ୍ଜନ ପାଣିଗ୍ରାହୀ, ଟୁନୁ ରାଜପାଲିଆ, ସତ୍ୟ ନାରାୟଣ ସାହୁଙ୍କ ସମେତ ବ୍ଲକ ପ୍ରଶାସନ, ଏସଏସଜି ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଦୃଷ୍ଟି ରଖି ବ୍ୟାପକ ପୋଲିସ ମୁତୟନ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.