ମହାବୀର ସମ୍ମାନ ପାଇବେ ଜୟନ୍ତ କୁମାର ବେହେରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହାବୀର ସାଂସ୍କୃତିକ ଅନୁଷ୍ଠାନ ଆୟୋଜିତ ମହାବୀର ମହୋତ୍ସବର ସର୍ବଶ୍ରେଷ୍ଠ ସମ୍ମାନ ଚଳିତ ବର୍ଷ କଳାହାଣ୍ଡିର ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରାଙ୍କୁ ପ୍ରଦାନ କରାଯିବ। ତାଙ୍କୁ ଏହି ସମ୍ମାନ ଆସନ୍ତା ନଭେମ୍ବର ୧୪ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରଦାନ କରାଯିବ। ଶ୍ରୀ ବେହେରା ଏକାଧାରରେ ଜଣେ ସୁସାହିତ୍ୟିକ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ, ଶାରଳା ସମ୍ମାନରେ ସମ୍ମାନୀତ ହେବା ସହ ଓଡିଶାର ବହୁ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇଛନ୍ତି। ତାଙ୍କ ଉଦ୍ୟମରେ କଳାହାଣ୍ଡି ଘୁମୁରା ଏସିଏଡ୍‌, ରୁଷ, ଜାପାନ ଆଦି ଅନେକ ଦେଶ ଯାଇ କଳାହାଣ୍ଡିର ନାମକୁ ଗୌରବାନ୍ୱିତ କରିପାରିଛି। ସେ କଳାହାଣ୍ଡିର ବହୁ ଲୁକ୍‌କାୟିତ କଳା, ନୃତ୍ୟ, ଗୀତକୁ ଲୋକଲୋଚନକୁ ଆଣିବା ସହ ଓଡ଼ିଶା ସାହିତ୍ୟ ଏକାଡେମୀ, ସଂଗୀତ ନାଟକ ଏକାଡେମୀ କାର୍ଯ୍ୟକରୀ କମିଟିର ସଦସ୍ୟ ସହ ବହୁ ଅନୁଷ୍ଠାନର ଉପଦେଷ୍ଟା ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.