ଟିଟିଲାଗଡରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ଟିଟିଲାଗଡ,୪/୬ : ନବୀନ ସରକାର ର ପଞ୍ଚମ ପାଳିରେ ନବାଗତ ଭାବେ ମହିଳା ଓ ଶିଶୁ ବିକାଶ,ମିଶନ ଶକ୍ତି ମନ୍ତ୍ରୀ ହୋଇଥିବା ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କୁ ଟିଟିଲାଗଡ ଗୋବିନ୍ଦ ବାଟିକା ଠାରେ ଟିଟିଲାଗଡର ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ମିଳିଛି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ମଙ୍ଗଳବାର ମଧ୍ୟାହ୍ନ ରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବଲାଙ୍ଗୀରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେଠାରୁ ସଇନ୍ତଲା, ଦେଇ ଟିଟିଲାଗଡ ର ପିପୋଲପଦର ଠାରେ ପହଞ୍ଚିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରିବା ପରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀମତୀ ସାହୁଙ୍କ ସମେତ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ପ୍ରମୋଦ ପ୍ରଧାନ, ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ବ୍ଲକ ଅଧ୍ୟକ୍ଷା ରମକାନ୍ତୀ ପୁଟେଲ ପ୍ରମୁଖ ଟିଟିଲାଗଡ ରେ ରୋଡ୍ ସୋ ଓ ବାଇକ୍ ରେଲି କରି ଥାନା ଛକ୍ ଠାରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରିବା ପରେ ଟିଟିଲାଗଡ ଚର୍ଚ୍ଚିତ ଯୁବ ନେତା ସ୍ବର୍ଗତ ଅଭିମନ୍ୟୁ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ ଅର୍ପଣ କରି ଗୋବିନ୍ଦ ବାଟିକା ରେ ପହଞ୍ଚି ଥିଲେ।

Udyog Nursery
Udyogi Nursery

ସେଠାରେ ମନ୍ତ୍ରୀ ମହୋଦୟା ଙ୍କୁ ଟିଟିଲାଗଡ ବିଜୁ ଜନତା ଦଳ, ଉପଖଣ୍ଡ ସ୍ତରୀୟ ଯାଦବ ମହାସଭା, ଟିଟିଲାଗଡ ସରପଞ୍ଚ ସଂଘ,ସମିତି ସଭ୍ୟ ସଂଘ,ମାରୱାଡି ଯୁବା ମଞ୍ଚ, କରାଟେ ଏସୋସିଏସନ, ଗୋପବନ୍ଧୁ ଯୁବକ ସଂଘ, ସ୍ବୟଂ ସହାୟକ ଗୋଷ୍ଠୀ,ବିଜୁ ଯୁବ ବାହିନୀ ତଥା ଟିଟିଲାଗଡ ର ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ମନ୍ତ୍ରୀ ମହୋଦୟା ସମସ୍ତ ଅନୁଷ୍ଠାନ ତଥା ଟିଟିଲାଗଡ ବାସୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଅଧୁରା ଥିବା କାର୍ଯ୍ୟ ଗୁଡିକୁ ଶିଘ୍ର ପୂରଣ କରିବା ସହ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଟିଟିଲାଗଡ ର ସେବା କରିବେ ବୋଲି ଜନସାଧାରଣ ଙ୍କୁ କହିଛନ୍ତି । ଉକ୍ତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟକ ଜନସମାଗମ ଦେଖିବାକୁ ମିଳିଥିଲା ।

 

ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.