ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ପ୍ରତ୍ୟେକ କଲେଜ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା କ୍ରୀଡ଼ା ପ୍ରତିଯୋଗିତା ସହିତ କଲେଜ ମାନଙ୍କରେ ରକ୍ତଦାନ ଶିବିର ମାନ ଅନୁଷ୍ଠିତ ଅନୁଷ୍ଠିତ ହେଉଛି। ଆଜି ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ସ୍ଥିତ ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶନ୍ନ କୁମାର ସାହୁଙ୍କ ତତ୍ବାବଧାନରେ ନୂତନ ଓଡ଼ିଶା, ନବୀନ ଓଡ଼ିଶା ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ପକ୍ଷରୁ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରର ଉଦ୍ଘାଟିନି ପୂର୍ବରୁ ପ୍ରଥମେ ରକ୍ତଦାନ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ନରେନ୍ଦ୍ର କୁମାର ଦାସ ଯୋଗଦେଇ ରକ୍ତଦାନ କ’ଣ ଉପକାରୀ ହୁଏ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଆଲୋକପାତ କରିଥିବା ବେଳେ ଏଥିର ସମ୍ମାନୀତ ଅତିଥି ଭାବେ ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ କୁମାର ପ୍ରଧନୀ, ସାଂସ୍କୃତିକ ନୋଡାଲ ଅଫିସର ଅରୁଣ କୁମାର ଚନ୍ଦନ, କ୍ରୀଡା ନୋଡାଲ ଅଫିସର୍ ଅଧ୍ୟାପିକା କନକଲତା ବେହେରା, ସାମାଜିକ କାର୍ଯ୍ୟକ୍ରମ ନୋଡାଲ ଅଫିସର ଅଧ୍ୟାପିକା ପୁଷ୍ପାଞ୍ଜଳି ନାୟକ, ଫକିର ବିଶି ପ୍ରମୁଖ ମଞ୍ଚାସିନ ଥିଲେ। ତେବେ ଏହି ରକ୍ତଦାନ ଶିବିରରେ ୩୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ରକ୍ତ ସଂଗ୍ରହରେ ଭବାନୀପାଟଣା ରକ୍ତଭଣ୍ଡାର ସିନିଅର ଟେକନିସିଆ ଅଜିତ ନାଏକ, ଗିରିଶ ନାୟକ, କୃଷ୍ଣ ଚନ୍ଦ୍ର ସାହୁ, ସଂଜୀବ ମହାକୁଡ଼ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ଲାଇବ୍ରିଆନ୍ ଧବଳେଶ୍ଵର ଠେଲା, କ୍ରୀଡା ଶିକ୍ଷକ ଶ୍ରୀନିବାସ ଦାସ, ଅଧ୍ୟାପକ ବିଜୟ କୁମାର, ତାପସ କୁମାର ନାୟକ, ଶୁଭମ୍ ପାଢ଼ୀ, ଅଧ୍ୟାପିକା ଚିନ୍ମୟୀ ସାହୁ, ନିଲେଦ୍ରି ସତପଥି, ଅତିଥି ଅଧ୍ୟାପକ ତାପସ ରଞ୍ଜନ ଦଳେଇ ସୁବାସ ହିଆଲଙ୍କ ସମେତ ବିକ୍ରମ ଆଦିତ୍ୟ ବାରିକ୍, କୁଳମଣି ବାଣୁଆ, ଘନଶ୍ୟାମ ସୁନା, ଜୟମନି ବେହେରା,ରତ୍ନୀ ମାଝୀ ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।