ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁର ଠାରେ ବସ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏମାନେ ଜୁନାଗଡ଼ରୁ ନିଜ ଗାଁକୁ ଫେରୁଥିବା ବେଳେ କଲମପୁରରୁ କଟକଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଲକି ନାମକ ଏକ ଘରୋଇ ବସ ଚିଲକପୁର ଠାରେ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀମାନେ କଲମପୁର ବ୍ଲକର ଗୁମାବାହାଲ ଗ୍ରାମର ପରିତ୍ ମାଝୀ (୨୦) ଓ ତୋତ୍ରାଗୁଡ଼ା ଗ୍ରାମର ଜଗନ୍ନାଥ ନାଏକ (୨୦) ବର୍ଷ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.