କଂଗ୍ରେସ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କୁ ହରାଇ ଦେଲେ ଶ୍ରମିକ ଈଶ୍ୱର ସାହୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ ସେମାନେ ନିଜର ଆସନ ହରାଇ ଦେଇଛନ୍ତି । ଏହି ବିଧାୟକମାନଙ୍କ ମଧ୍ୟରୁ ଜଣେ ହେଉଛି ଈଶ୍ୱର ସାହୁ । ଯିଏକି ଏଠାରେ ୬ ଥର ବିଧାୟକ ଆସନରେ ବସିଥିବା ମନ୍ତ୍ରୀଙ୍କୁ ହରାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବେମେତରା ଜିଲ୍ଲାରେ ସାଜାର କଂଗ୍ରେସ ମନ୍ତ୍ରୀ ରବୀନ୍ଦ୍ର ଚୌବେ । ସେ ୬ ଥର ବିଧାୟକ ସାଜିଛନ୍ତି । କିନ୍ତୁ ଚଳିତଥର ରବୀନ୍ଦ୍ରଙ୍କୁ ବିଜେପିର ପ୍ରାର୍ଥୀ ଇଶ୍ୱର ସାହୁ ୫,୧୯୬ଟି ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି । ଇଶ୍ୱର ସାହୁ ମାତ୍ର ୫ମ ଶ୍ରେଣୀ ଯାଏଁ ପାଠପଢ଼ିଛନ୍ତି । ସେ ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ । ତାଙ୍କ ପୁଅ ଭୁବନେଶ୍ୱର ସାହୁ ବିରନପୁର ଗ୍ରାମରେ ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଛି । ଚଳିତବର୍ଷ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇଶ୍ୱର ସାହୁଙ୍କୁ ଟିକେଟ ଦେଇ ମଇଦାନକୁ ଓହ୍ଲାଇଥିଲା । ଏହାପରେ ଈଶ୍ୱର ସାହୁ ଲୋକଙ୍କୁ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ଭୋଟ ବଦଳରେ ପୁଅ ମୃତ୍ୟୁର ନ୍ୟାୟ ଦିଅନ୍ତୁ । ଏହି ପ୍ରଚାର ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.