ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ସମ୍ବର୍ଦ୍ଧିତ ହେଲେ ନର୍ଲାର ଚଣ୍ଡୀଦାସ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ନର୍ଲା ବ୍ଲକର ଚଣ୍ଡୀଦାସ ସାହୁଙ୍କୁ ସମ୍ବର୍ଦ୍ଧିତ କରଯାଇଅଛି। ସେ ଜଣେ ଭିନ୍ନକ୍ଷମ ହୋଇ କଳାହାଣ୍ଡି ଜିଲ୍ଲା ତଥା ଓଡିଶାରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଅନବରତ ସାମଜିକ ସୁରକ୍ଷା କ୍ଷେତ୍ରରେ ୨୦୦୫ ମସିହାରୁ ଅଦ୍ୟାବଧି ନିସ୍ଵାର୍ଥ ପର ଭାବେ କାର୍ଯ୍ୟକରି ଆସୁଛନ୍ତି। ଓଡିଶା ବିକଳାଙ୍ଗ ମଞ୍ଚ ଓ ଜିଲ୍ଲା ଭିନ୍ନକ୍ଷମ ସଂଗଠନ ସହିତ ସାମିଲ ହୋଇ ସମାଜର ନିମ୍ନ ବର୍ଗରେ ଅବହେଳିତ ହୋଇ ପଡିରହିଥବା ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଦୃଷ୍ଟି ବାଧିତ ପିଲାମାନଙ୍କୁ ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ଜୀବନକୁ ସରଳ କରିବା ପାଇଁ ୫୦ ଜଣଙ୍କୁ ସହଯୋଗ କରିଛନ୍ତି। ଆଉ ସେମାନଙ୍କୁ ଦିଲ୍ଲୀର ଆଇଆଇଟି ଠାରେ ପ୍ରଶିକ୍ଷଣ ପ୍ରଦାନ କରା ଯାଇଅଛି ଅନେକ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା ନିମନ୍ତେ ଭୁବନେଶ୍ୱର ସ୍ଥିତ ଭିଆରସିକୁ ମଧ୍ୟ ପ୍ରେରଣ କରିଛନ୍ତି ଚଣ୍ଡୀଦାସ। ଅନେକ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଡ଼ମିସନ କରାଇବା ସହ ପରିବାରେରେ ସମାନ ବ୍ୟବସ୍ଥା ନିମନ୍ତେ ଲୋକମାନୁଙ୍କୁ ସଚେତନ କରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। ଭିନ୍ନକ୍ଷମ ପ୍ରମାଣ ପତ୍ର, ବସ ପାସ ଟ୍ରେନ ପାସ, ଵାଣିଶ୍ରୀ, ଭତ୍ତା, ବିବାହ ପ୍ରୋତ୍ସାହନ ରାଶି, ଉପକରଣ, ଆଦି ସରକାରୀ ଯୋଜନା କିପରି ପାଇପାରିବେ ଭିନ୍ନକ୍ଷମ ମାନେ ସେଥିନିମନ୍ତେ କାମ କରି ଆସୁଛନ୍ତି। ଡିପିଓ, ଏସଏଚଏସ ଗଠନ ଓ ବିଭିନ୍ନ ସାମଜିକ ସୁରକ୍ଷା ତାଲିମ ଜିଲ୍ଲା ସ୍ତର ରେ ଓ ରାଜ୍ୟ ସ୍ତର ରେ ଦେବାସହ ଦକ୍ଷତା ବୃଦ୍ଧି ତାଲିମ, ଆରପିଡବ୍ଲୁଡି ଏକଟ ଏକଟ -୨୦୨୩ର ମଧ୍ୟ ତାଲିମ ଦେଇ ଭିନ୍ନକ୍ଷମ ମାନଙ୍କୁ ସଶକ୍ତି କରଣ ଦିଗରେ ସଦା ସର୍ବଦା ବ୍ରତୀ ହୋଇ ଥିବାରୁ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗ ତରଫରୁ ତାଙ୍କୁ ଯୁବ ପ୍ରତିଭା ଭାବେ ଉତ୍ସାହିତ କରିବା ସହ ମାନପତ୍ର ପ୍ରଦାନ କରିଛନ୍ତି। ଏଥି ସହିତ କଳାହାଣ୍ଡି ଜିଲ୍ଲାରେ ଓଡିଶା ବିକଳାଙ୍ଗ ମଞ୍ଚର ଉପସଭାପତି ତଥା ଜିଲ୍ଲା ଭିନ୍ନକ୍ଷମ ସମିତି କଳାହାଣ୍ଡିର ସଭାପତି ହେମନ୍ତ କୁମାର ତାଣ୍ଡି, ମଞ୍ଜୁଲତା ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମଟି ରେଡ କ୍ରସ କଲ୍ୟାଣ ମଣ୍ଡପ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଭିନ୍ନକ୍ଷମ ସମିତି ମିଳିତ ଆନୁକୂଲ୍ୟରେରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଏଡିଏମଓ କଳାହାଣ୍ଡି ତନ୍ମୟ କୁମାର ଦାରୁଆନ, ସମ୍ମାନୀତ ଅତିଥି ଦିଏସଏସଓ ବୀରେନ୍ଦ୍ର କହଁର, ଏଡିଏସଓ କୁନାଳ ସେନାପତି, ଜିଲ୍ଲା ସୂଚନା ଅଧିକାରୀ ମନୋଜ ବେହେରା, ଜିଲ୍ଲା ଭିନ୍ନକ୍ଷମ ସମିତି ତଥା ଓଡିଶା ଭିନ୍ନକ୍ଷମ ମଞ୍ଚ ଶାଖା ର ସଭାପତି ହେମନ୍ତ କୁମାର ତାଣ୍ଡି, ସମ୍ପାଦକ ଡୋଳାମଣି ପଧାନ, ସ୍ପେସିଆଲ ସ୍କୁଲ ମାନଙ୍କର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.