କାର ଧକ୍କାରେ ପରିବହନ ବିଭାଗର ସୁରକ୍ଷା କର୍ମୀ ମୃତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମହାନଦୀ ରିଙ୍ଗ ରୋଡରେ କାର ଧକ୍କାରେ ପରିବହନ ବିଭାଗର ସୁରକ୍ଷା କର୍ମୀ ସନ୍ତୋଷ କୁମାର ଗୁରୁଙ୍କ ମୃତ୍ୟୁ ଘଟିଛି। ସେ ଦୀର୍ଘ ଦିନରୁ ସୋନପୁର ସ୍ଥିତ ନୂଆ ମଳିପଡା ଠାରେ ସପରିବାର ରହି ଆସୁଥିବା ବେଳେ ତାଙ୍କର ଏକ ୧୩ ବର୍ଷର ଝିଅ ଏବଂ ୬ ବର୍ଷର ଶିଶୁ ପୁତ୍ର ଥିବା ଜଣାପଡ଼ିଛି। ସେ କେଉଁଥିରେ ଯାଉଥିଲେ ବାଇକ ନା ଚାଲି ଚାଲି ଯାଉଥିବା ବେଳେ କାର ଧକ୍କା ଦେଇଥିଲା ତାହା ଚିତ୍ର ଅସ୍ପଷ୍ଟ ରହିଛି। କାରଣ ଘଟଣା ସ୍ଥଳରେ କେବଳ ଦୁର୍ଘଟଣା ଗ୍ରସ୍ତ କାର ଯାହାର ନମ୍ବର ଓଡି୩୧କେ୯୬୬୯ ରାସ୍ତା କଡ଼ରେ ପଡି ରହିଥିବା ଦେଖା ଯାଇଛି। ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବାରୁ ଘଟଣାଟି ରହସ୍ୟାବୃତ୍ତ ହୋଇ ରହିଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ସୋନପୁର ପୋଲିସ୍ କହିଛି। ମୃତ ସନ୍ତୋଷଙ୍କ ଘର ତରଭା ଥାନା ଜମକାନି ହୋଇଥିବା ବେଳେ ସେ ସୋନପୁର ନୂଆ ମଳିପଡା ସ୍ଥିତ ନିଜ ଶ୍ଵଶୁର ଘରେ ସପରିବାର ରହୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.