ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ଓଡ଼ିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୁରୁପଡା ଛକ ଧରିତ୍ରୀ ହୋଟେଲ କନଫ୍ରେରେନ୍ସ ହଲରେ ଏକ ବୈଠକ ଆୟୋଜନ ହୋଇଥିଲା। ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଉପ ସଭାପତି ଡି. ଜ୍ୟୋତିରଂଜନ ଆଚାରୀ, ସମ୍ପାଦକ ଶିବ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ଭାସ୍କର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ , ରାଜ୍ୟ ମହିଳା ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ସାମ୍ବାଦିକ ସଂଘକୁ ସୁଦୃଢ କରିବା ସହ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ଜାନୁଆରୀ ମାସରେ ସଂଘର ଏକ ବୈଠକ ଆୟୋଜିତ କରି ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ। ଯାହାକୁ ନେଇ ଉକ୍ତ ବୈଠକ ନିମନ୍ତେ ପୂର୍ବ ପ୍ରସ୍ତୁତି କରାଯାଇଥିଲା। ସମସ୍ତ ସଦସ୍ୟଙ୍କ ମତାମତ ଗ୍ରହଣ କରାଯାଇ ସ୍ଥାନ ଓ ତାରିଖ ଧାର୍ଯ୍ୟ କରାଯିବ ବୋଲି ନିର୍ଦ୍ଧାରଣ କରାଯାଇଥିଲା।