ମାନବିକତା ଦେଖାଇଲେ ସରପଞ୍ଚ ଓ ବ୍ଲକ ଉପାଧ୍ୟକ୍ଷ: ୯୦ ବର୍ଷ ସୁଭଦ୍ରାଙ୍କ ଶବ ଉଦ୍ଧାର କରି ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତ ଗୋପିନାଥପୁର ଗାଁର ଜଣେ ବୃଦ୍ଧା ସୁଭଦ୍ରା ରାଉତ(୯୦ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସ୍ବର୍ଗତ ରାଉତଙ୍କ ସ୍ୱାମୀଙ୍କ ପୂର୍ବରୁ ମୃତ୍ୟୁ ଘଟିଥିଲା ବେଳେ ତାଙ୍କର ପରିବାର ବୋଲି କେହି ନାହାଁନ୍ତି। ସୁଭଦ୍ରାଙ୍କୁ ପଞ୍ଚାୟତ ପିଡ଼ିଏସ ଚାଉଳ ଓ ଭତ୍ତା ପଇସା ମିଳୁଥିବା ଯୋଗୁଁ ବହୁକଷ୍ଟରେ ନିଜ ଜୀବନ ଜାପାନ କରୁଥିବା ବେଳେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ କେହି ନ ଥିବା ଯୋଗୁଁ ବୃଦ୍ଧାଙ୍କ ମୃତ ଦେହ ଗାଁରେ ବହୁ ସମୟ ଧରି ପଡିରହିଥିଲା। ଏହି ଖବର ପାଇ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଳକ ଉପାଦକ୍ଷ ସଞ୍ଜୀବ କୁମାର ନାୟକ, ଗାଁ ଗୌଟିଆଙ୍କ ପୁଅ ରାଜେନ୍ଦ୍ର ନାୟକ, ଅନନ୍ତ ନାୟକ, ବୁଧେଶ୍ୱର ଦୁର୍ଗା, ମୋହନ ମାଝୀ ଓ ଅମ୍ବାଦଳା ସତ୍ୟସାଇ ସେବା ସମିତି ର ଲୋକନାଥ ପାତ୍ର ଘଟଣା ସ୍ଥଳେ ପହଞ୍ଚି ବୃଦ୍ଧାଙ୍କୁ ଗାଁ ନିକଟରେ ଥିବା ବଂଶୀଧର ନଦୀ ତଟର ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିବା ମୁଖାଗ୍ନି ଦେଇଥିଲେ । ତେବେ ଏହି ଦୁଇ ଜନ ପ୍ରତିନିଧିଙ୍କ ଏଭଳି ମହତ କାମକୁ ଅଞ୍ଚଳବାସୀ ବେସ୍ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.