ସଇଁତଳାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦଘାଟିତ;  ପ୍ରଚାର ପ୍ରସାର ଅଭାବ ଯୋଗୁଁ ଭିନ୍ନକ୍ଷମ କମ ଆସିଲେ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ଆରଏସଡି ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ୨୦୨୩ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ସଇଁତଳା ବିଡ଼ିଓ ବିନୟ କୁମାର ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥିଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ସଇଁତଳା ତହସିଲଦାର ମାନସଫିଲ କେରକେଟା, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ ଓ ସିଡିପିଓ ସବିତା ଦାସ ଯୋଗଦାନ କରି ଭିନ୍ନକ୍ଷମ ଶିବିରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କେରମେଲି ଗାଁର ମିଳୁ ନାଏକଙ୍କୁ ହୂଇଲ ଚେୟାର ଓ ସମରା ଗାଁର ଦୁର୍ବାଦଳ ଭୋଇଙ୍କୁ ସ୍ମାଟ କେନ ପ୍ରଦାନ କରାଯାଇଥିଲା। ଶିବିରରେ ବସ ପାସ, ଉପକରଣ ଚିହ୍ନଟ, ଦେସିଲ ଆଶା ଫିଜିଓ ଥେରାପି, ନଅଗାଁ ପଲ୍ଲୀ ଆଲୋକ ପାଠାଗାର ସହାୟତାରେ ଏସ.ଏସ.ଇ.ପି.ଡି ଓ ସଇଁତଳା ଶାଖା ତରଫରୁ ଅଧାର କାର୍ଡ ଗୁଡିକ ଯାଞ୍ଚ କରାଯାଉଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ବିଆରସିସି ତପନ ଦାସ ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ। ବ୍ଲକ ସେକସନ ଅଫିସର ପର୍ଶୁରାମ ନାୟକ, ଆକାଉଣ୍ଟ ଅଫିସର ଲଛମନ ଯାନୀ, କିରାଣୀ ସଂଗ୍ରାମ ମିଶ୍ର, ଡିଇଓ ଦେବଦତ୍ତ ଗଡ଼ତ୍ୟା, ପିଇଓ ଖଗେଶ୍ୱର କମ୍ପ, ଶରତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରଚାର ପ୍ରସାର ଅଭାବ ଯୋଗୁଁ ଏହି ଶିବିରକୁ କମ ସଂଖ୍ୟକ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଆସିଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.