ରାୟଗଡାରେ ଲଳିତ କଳା ଏକାଡେମୀର ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ

ଓଡିଶା ଚାରୁକଳାର ପ୍ରଚାର ଓ ପ୍ରସାର ପାଇଁ ଅଭିନବ ପ୍ରୟାସ

ଓଡ଼ିଆ ବାର୍ତ୍ତା / ରାୟଗଡା (ଶିବ ନାରାୟଣ ଗଉଡ): ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ପ୍ରାଙ୍ଗଣରେ ରାୟଗଡା ଜିଲ୍ଳା ପ୍ରଶାସନ ସହଯୋଗରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ଏବଂ ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଗୁରୁବାର ଦିନ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଚାରୁକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଓଡିଶା ଲଳିତ କଳା ଏକାଡେମୀର ଏହା ଏକ ଅଭିନବ ପ୍ରୟାସ। ଏକାଡେମୀ ଦ୍ୱାରା ସଂଗୃହିତ ୪୦ଟି ଚିତ୍ରକଳା ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଅଛି। ରାୟଗଡା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚିତ୍ରକଳା ପ୍ରଦର୍ଶନୀର ଶୁଭ ଉଦଘାଟନ କରିବା ସହ ଚିତ୍ରଗୁଡିକ ଦେଖି ବହୁତ ପ୍ରଶଂସା କରିଥିଲେ। ଏହି ପ୍ରଦର୍ଶନୀରେ ପାରମ୍ପରିକ ଚିତ୍ର,ଆଦିବାସୀଙ୍କ ଜୀବନଚର୍ଯ୍ୟା ଚିତ୍ର, ମୁଦ୍ରଣ କଳା ଚିତ୍ର, ତାଳ ପତ୍ର, ପଟ୍ଟଚିତ୍ର ସହ ରାୟଗଡା ଜିଲ୍ଳାର ଚିତ୍ର ଶିଳ୍ପୀ ଯୋଗୀ ଶବର, ମୋହିନୀ ଶବରଙ୍କ ଇଡତାଲ ଚିତ୍ର ଭଳି ୪୦ଟି ଚିତ୍ର ପ୍ରଦର୍ଶୀତ କରାଯାଇଛି। ରାଜ୍ୟରେ ଚିତ୍ରକଳା ଶିଳ୍ପୀମାନଙ୍କ କଳାକୃତିକୁ ରାଜ୍ୟର ସମସ୍ତ ଜନସାଧାରଣ ଓ ଅନ୍ୟ ଶିଳ୍ପୀ ତଥା ଛାତ୍ରଛାତ୍ରୀମାନେ ନିକଟରୁ ଦେଖିପାରିବାର ସୁଯୋଗ ପାଇପାରିବେ ସେଥି ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ମାଧ୍ୟମରେ ପ୍ରଚାର ପ୍ରସାର କରିବା ଲଳିତ କଳା ଏକାଡେମୀର ଏକ ଅଭିନବ ପ୍ରୟାସ ହୋଇପାରିଛି। ରାୟଗଡାରେ ଏହି ପ୍ରଦର୍ଶନୀ ଡିସେମ୍ବର ୭ ତାରିଖ ଠାରୁ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରାୟଗଡା ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଡଃ.ଦୟାନିଧି ବାଗ, ଓରମାସ ଉପ ନିର୍ଦ୍ଦେଶକ ରାୟଗଡା ମନୋଜ କୁମାର ପାତ୍ର, ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ମିତା ବାଉରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.