ଯୋଗାଣ ବିଭାଗର ଚଢାଉ; ବେଆଇନ ଚୋରାଚାଲାଣ ଧାନ ଜବତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବେଆଇନ ଭାବେ ଚୋରାଚାଲାଣ ହେଉଥିବା ଏକ ଧାନ ବୋଝେଇ ଟ୍ରକ ଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ଧରାପଡିଛି। ଜୟପାଟଣାରୁ ଜୁନାଗଡ଼ ଯାଉଥିବା ଏହି ବେଆଇନ ଧାନ ଚୋରାଚାଲାଣ କରୁଥିବା ଗାଡ଼ିକୁ କୋକସରା ବ୍ଳକ ମୋଟେର ନିକଟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଡ୍ରାଇଭର ଉପଯୁକ୍ତ କାଗଜପତ୍ର ଦେଖାଇ ପାରି ନଥିବାବେଳେ ଗାଡିକୁ ଜବତ୍ କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ପ୍ରସାଦ ସିଡ୍ସରୁ ଧାନ ବୋଝେଇ କରି ଯାଉଥିବା ଜବତ ଟାଟା ଆଇଚର (ନମ୍ବର ଓଡି-୦୮ ଇ ୦୮୫୮) ଗାଡ଼ିରୁ ୨୬୬ ପକେଟରେ (୧୦୪.୮୦) କୁଇଣ୍ଟାଲ ଧାନ ଜବତ୍ ହୋଇଛି। ଜବତ ଧାନକୁ ମୋଟେର ଏମ୍.ଆର୍ ରାଇସ ମିଲରେ ଜିମା ଦିଆଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସିଏସ୍ଓ ମନୋଜ ଦାସଙ୍କ ନେତୃତ୍ବରେ ଏହି ଚଢ଼ାଉରେ ଏସିଏସଓ ଦୁର୍ଗା ପ୍ରସାଦ ମାଝୀ, କୋକସରା ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଜୟପାଟଣା ଯୋଗାଣ ନିରୀକ୍ଷକ ପ୍ରିୟ ରଞ୍ଜନ ନାୟକ, ଧର୍ମଗଡ଼ ଯୋଗାଣ ନିରୀକ୍ଷକ ପ୍ରସାନ୍ତ ଦାସ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.