ବାପୁଜୀ କ୍ଳଷ୍ଟର ସ୍ତରୀୟ ୬ଷଷ୍ଠ ମାସିକ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବାପୁଜୀ କ୍ଳଷ୍ଟର୍ ସ୍ତରୀୟ ୬ଷଷ୍ଠ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆର୍.ଇ.ଓ କଲୋନୀରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଆବାହକ ସିଆରସିସି ମିନତି କୁମାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଓ ପରିଚାଳନାରେ ତ୍ବରାନ୍ବିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସହ ଜଡିତ ଗାନ୍ଧୀ ଫେଲୋସିପ୍, କୈବଲ୍ୟ ଏଜୁକେସନ ଫାଉଣ୍ଡେସନ, ପିରାମଲ୍ ଏଜୁକେସନ ଫାଉଣ୍ଡେସନର ସଦସ୍ୟମାନେ ଥିବା ସ୍ଥଳେ, କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଏଫ୍ଏଲ୍ଏନ୍ ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସିଆରସିସି ଶ୍ରୀମତୀ ପ୍ରଧାନ ମୌଳିକ ସାକ୍ଷରତା ରେ ପଠନ ଦକ୍ଷତା ଵିକାଶର ଚାରୋଟି ସୋପାନ ଓ ସଂଖ୍ୟାଜ୍ଞାନ ହାସଲ ଦିଗରେ ମାନକ ଓ ଅଣମାନକ ମାପର ଧାରଣାର ବ୍ୟବହାର ଗୃହ ବା ଅନ୍ୟ ସ୍ଥାନ ମଧ୍ୟରେ କିଭଳି ଶିକ୍ଷଣ ଫଳାଫଳ ବଳବତୀ କରିପାରିବେ, ତାକୁ ଆଖିରେ ରଖି ଏକ ଆଦର୍ଶ ନମୁନା ଶିକ୍ଷଣ କାର୍ଯ୍ୟ ୪୦ ମିନିଟ ଓ ଭାଷା ପଠନର ଚାରୋଟି ଦିଗ ୪୦ ମିନିଟର ସାକ୍ଷରତା କିଟକୁ ଖୋଲି ପଠନର ଧାରଣା, ମୁଖ୍ୟ କୌଶଳ, ଶିକ୍ଷାଦାନର ପଦ୍ଧତି, ଗୁରୁତ୍ୱପୂର୍ଣ ଦିଗ ଓ ଗଣିତ କଳିକା ଆନ୍ଦୋଳନ କିଟକୁ ବ୍ୟବହାର କରି ମାପକୁ ଆଲୋଚନା ପରେ ହରଣ କିପରି ଓ ସୁବିଧାରେ ପିଲାଙ୍କୁ ନେଇ କରିଥିଲେ। ତତ୍ପରେ ସଂକ୍ଷେପଣ କରିଥିଲେ। ପରେ ହ୍ୟାଣ୍ଡସେଟ୍ ସହଯୋଗରେ ସମସ୍ତ ଆବଶ୍ୟକତା ଓ ପ୍ରଦତ୍ତ ବିଷୟକୁ ବୁଝାଇ ଥିଲେ। ଶେଷରେ ଆଗାମୀ ମାସଗୁଡିକରେ କ’ଣ ମିଶନ ରଖିବେ ପ୍ରତିଶ୍ରୁତି ରଖି ତାହାକୁ ପାଠ କରାଇବା ସହିତ ଵିଦ୍ୟାଳୟର ସୁରକ୍ଷା, ପୋଷଣ ସମ୍ବନ୍ଧୀୟ ଆଲୋଚନା,”ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ”। ଓ “ପଢ଼ିବାକୁ ଶିଖିବା ଓ ଶିଖିବାକୁ ଶିଖିବା” କାର୍ଯ୍ୟକ୍ରମକୁ ଗ୍ରହଣୀୟ ଓ ସରକାରାତ୍ମକ ପଦକ୍ଷେପ ମାନସିକ ଭାବରେ ପ୍ରସ୍ତୁତି, ସଚେତନତା ସୃଷ୍ଟି କରିବାର ଉପାୟ, ଟିଏଲ୍ଏମ୍ ପ୍ରଦର୍ଶନ କରି ଶିକ୍ଷଣ ଫଳାଫଳ ଗୁଡିକ ହାସଲ କରିବା ସହିତ କ୍ଳଷ୍ଟରର ସମସ୍ତ ଦିଗକୁ ସୁନ୍ଦର, ସମୃଦ୍ଧ କରିବାର ପଣ ରଖି ଧନ୍ୟବାଦ ଅର୍ପଣ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.