ଉଦଘାଟନ ହେଲା କଲମପୁର ମିଶନ ଶକ୍ତି କାଫେ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ସଶକ୍ତିକରଣ ଓ ସ୍ଵାବଲମ୍ବି କରିବା ପାଇଁ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି। ସେଥି ମଧ୍ୟରୁ ମିଶନ ଶକ୍ତି କାଫେ କାର୍ଯ୍ୟକ୍ରମ ଅନ୍ୟତମ। ଏହି ପରିପ୍ରେକ୍ଷୀରେରେ ଆଜି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପରିସର ମଧ୍ୟରେ ମିଶନ ଶକ୍ତି କେଫେକୁ ଧର୍ମଗତ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ମିଶନ ଶକ୍ତି ଦ୍ଵାରା ଏହି କାଫେ ପରିଚାଳିତ ହେବାକୁଥିବା ବେଳେ ଏହା ବ୍ଳକ ପରିସରରେ ରହିଥିବାରୁ ବେଶ ଆଦୃତ ହେବ ବୋଲି ଉପସ୍ଥିତ ଅତିଥି ମାନେ ତାଙ୍କ ବକ୍ତବ୍ୟ ରଖିଥିଲେ। ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକ ମୌଷଧି ବାଗଙ୍କ ସମେତ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ସି.ଡ଼ି.ପି.ଓ ପ୍ରତିମା ରାଣୀ ଦାସ, ସହକାରୀ ଯନ୍ତ୍ରୀ ସ୍ମୁତି ରଞ୍ଜନ ସେଠି, କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରା, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ନାଏକ, ବ୍ଳକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା,ବିପିଏମ ରିଜିଆନୁସ ଏକ୍କା, ସିଆରପିସିଏମ, ଏମବିକେଙ୍କ ସହିତ ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ସଭ୍ୟା ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.