ସଇଁତଳାରେ ବ୍ଲକସ୍ତରୀୟ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ: ଫୁଟବଳ ଖେଳ ସମୟରେ ଖେଳାଳିଙ୍କ ଗୋଡ ଭାଙ୍ଗିଲା, ଅଧିକାରୀଙ୍କ ଦେଖାନାହିଁ

ଫାଷ୍ଟେଡ଼ ମଧ୍ୟ ମିଳିଲା ନାହିଁ, ଖେଳ ଅଧାରେ ବନ୍ଦ 

ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ଠାରେ ଚାଲିଥିବା ବ୍ଲକସ୍ତରୀୟ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମରେ ଫୁଟବଳ ଖେଳ ସମୟରେ ଜଣେ ଖେଳାଳୀଙ୍କ ଗୋଡ ଭାଙ୍ଗି ଯିବାକୁ ନେଇ ଖେଳାଳୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବା ସହ ବ୍ଲକ କାର୍ଯାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଯାହା ଫଳରେ ବ୍ଲକ ପ୍ରଶାସନ ହାଏ ହାଏ ବୋଲି ନାରାବାଜି ମଧ୍ୟ ଦେଇଥିଲେ l ସଇଁତଳା ବିଡ଼ିଓ ବିନୟ ଭୋଇଙ୍କୁ ଭେଟି ଖେଳାଳୀମାନେ ଗୋଡ ଭାଙ୍ଗିଥିବା ଖେଳାଳୀଙ୍କ କ୍ଷତିପୂରଣ ଦାବୀ କରି ହୋ ହାଲ୍ଲା ନାରାବାଜି ଦେଇଥିଲେ l ପ୍ରକାଶ ଯେ, ବୁଧବାର ଦିନ ୫ ଗୋଟି ମ୍ୟାଚ ଖେଳାଯାଇଥିଲା l ଏହାର ରେଙ୍ଗାଳବାହାଲ ଦଳ ଓ କେନ୍ଧୁଉଡାର ମଧ୍ୟରେ ଖେଳ ଚାଲିଥିବା ସମୟରେ ରେଙ୍ଗାଳବାହାଲ ଟିମ ର ଜୈନିକ ଖେଳାଳୀ ଖଗେଶ୍ୱର ବୁଡ଼େକ (୨୮) ଙ୍କ ପଡିଆ ଭିତରେ ଗୋଡ ଭାଙ୍ଗିଗଲା l ଏହି ସମୟରେ ଦାୟିତ୍ୱ ଥିବା କୋଣସି ଅଧିକାରୀ କିମ୍ବା ପ୍ରଶାସନଙ୍କ ଦେଖା ଦର୍ଶକ ମିଳି ନ ଥିଲା l ଯାହାଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବ ଖେଳାଳୀ ଜଣକ ପଡିଆ ପଡ଼ିରହିଥିଲେ l କିଛି ଦର୍ଶକ ଆମ୍ବୁଲାନ୍ସଙ୍କୁ ଫୋନ କରିବା ପରେ ଆହତ ଯୁବକଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ନିଆଯାଇଥିଲା l ପରେ ଖେଳ ଅଧାରେ ବନ୍ଦ ହୋଇଥିଲା l ଏହାପରେ କିଛି ଦର୍ଶକ ଓ ଖେଳାଳୀମାନେ ପ୍ରଶାସନ କାହିଁ ଗଲା ବୋଲି ପାଟିତୁଣ୍ଡ କରିବା ସହ ହୋହାଲ୍ହା ହୋଇଥିଲା l ଘଟଣାସ୍ଥଳକୁ ସଇଁତଳା ପୋଲିସ ମଧ୍ୟ ପହଂଚି ଉତ୍ତେଜିତ ଖେଳାଳୀମାନଙ୍କୁ ବୁଝାସୁଝା କରିଥିଲେ l ପରେ ଖେଳାଳୀମାନେ ବ୍ଲକ କାର୍ଯ୍ୟଳୟକୁ ଯାଇ ଧାରଣାରେ ବସି ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଖବର ପାଇଁ ବିଡ଼ିଓ ଶ୍ରୀ ଭୋଇ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରି ମେଡିକାଲ ବାବଦରେ ଖର୍ଚ୍ଚ ବହନ କରାଯିବ ସହିତ କୋଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି ପ୍ରକାଶ କରିଥିଲେ l ଗତ ମଙ୍ଗଳବାର ଦିନ ଫୁଟବଳ ଖେଳ ସମୟରେ ଖେଳାଳୀମାନେ ପାଣି ପାଇଁ ହାହାକାର ହୋଇ ପଡିଥିଲେ l ଏପରିକି ପାଣି ସହିତ ଖାଇବା ପାଇଁ ମଧ୍ୟ ଠିକ ଭାବରେ ଦିଆଯାଉ ନାହିଁ ବୋଲି ଖେଳାଳୀମାନେ ଅଭିଯୋଗ କରିଥିଲେ l କୋଣସି ଖେଳାଳୀ ଆହତ ହେଲେ ଫାଷ୍ଟେଡ଼ ମଧ୍ୟ ମିଳୁନାହିଁ l ଯାହା ଫଳରେ ଖେଳାଳୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଏଥିରେ ଜ୍ୟୋତିରାଜ ବାଗ, ଲିଙ୍ଗରାଜ ବୁଡ଼େକ, ଚିନୁ ବୁଡ଼େକ, ଅଜିତ ବାଗ, ପ୍ରଦୀପ ବାଗ, ପିତ ବାଗ, ଛୋଟୋ ଦେଓ, ଯତୀନ ବୁଡ଼େକ, ପ୍ରେମାନନ୍ଦ ବୁଡ଼େକ, ସିଦ୍ଧାନ୍ତ ବୁଡ଼େକ ପ୍ରମୁଖ ଦାବୀ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.