ଜଳ ସମ୍ପଦ ବିଭାଗର ମନମାନୀ: ମନ୍ତ୍ରୀଙ୍କ ନାକ ତଳେ ଅଞ୍ଚଳବାସୀ ହନ୍ତସନ୍ତ, ଅଭିଯୋଗ ଶୁଣୁ ନାହିଁ ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା): ସରକାର ଗାଁମାନଙ୍କରେ ଥିବା ବଡ଼ ବଡ଼ ବନ୍ଦ କଟାମାନଙ୍କୁ ଜଳ ସମ୍ପଦ ଅଧୀନକୁ ନେଇ ଏହାର ଉନ୍ନତିକରଣ କରି ଚାଷ ଜମିକୁ ଜଳଯୋଗାଣ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥାନ୍ତି l କିନ୍ତୁ ଜଳ ସମ୍ପଦ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଲୋକେ ଅନେକ ସମୟରେ ଲାଭ ଅପେକ୍ଷା ଅଧିକ କ୍ଷତିର ସମ୍ମୁଖୀନ ହୋଇ ନାହିଁ ନ ଥିବା ହଇରାଣ ହରକତ ହୋଇଥାନ୍ତି l ଏପରି ଏକ ଘଟଣା ଜଳ ସମ୍ପଦ ମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ସଇଁତଳା ବ୍ଲକ ଧରବଗଡ଼ ଗାଁରେ ଦେଖିବାକୁ ମିଳିଛି l ଯାହା ଗ୍ରାମବାସୀ ଙ୍କୁ ବିଶେଷ ଅସୁବିଧାରେ ପକାଉ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ପ୍ରକାଶ ଯେ, ସଇଁତଳା ବ୍ଲକ ଧରବଗଡ ଗାଁରେ ଥିବା ବହୁ ପୁରାତନ ଦଶମତି କଟା କୁ ସମୟ କ୍ରମେ ଜଳ ସମ୍ପଦ ବିଭାଗ ନିଜ ଅଧୀନକୁ ନେଇ ମଧ୍ୟମ ଜଳସେଚନ ପ୍ରକଳ୍ପ ଭାବେ ଉନ୍ନତି କରି ଏହାର ପୁନଃଉଦ୍ଧାର କରିବା ସହ କେନାଲ ନିର୍ମାଣ କରି ଏହି ଦଶମତି କଟାରୁ ନିକଟସ୍ଥ ଚାଷ ଜମିକୁ ଜଳଯୋଗାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି l ଯାହା ଗ୍ରାମବାସୀ ଙ୍କୁ ଖୁସି ପ୍ରଦାନ କରିବା ବେଳେ ଅପରପକ୍ଷରେ ଜଳ ସମ୍ପଦ ବିଭାଗ ମନମୁଖୀ ଓ ବେପୁରିଆ ମନୋଭାବ ଯୋଗୁଁ ଧରବଗଡ଼ବାସୀ ଙ୍କ ସହିତ ଆଖ ପାଖ ଅଞ୍ଚଳର ଜନ ସାଧାରଣ ଙ୍କୁ ଦୁଃଖ ଦେଉଅଛି l ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ଦଶମତି କଟାରୁ ପୂର୍ଵରୁ ବର୍ଷା ଦିନେ ଅତିରିକ୍ତ ଜଳ ନିଷ୍କାସନ ହେଉଥିବା ରାସ୍ତା ଦେଇ ନିକଟସ୍ଥ ଖଣ୍ଡାଧୁଆ ଜୋରରେ ବୋହି ଯାଉଥିଲା l କିନ୍ତୁ ଏହି ଦଶମତି କଟାକୁ ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯିବା ପରେ ଜଳ ସମ୍ପଦ ବିଭାଗର ମନମାନୀ କାର୍ଯ୍ୟ ଯୋଗୁଁ ଏଠାରେ ଅତିରିକ୍ତ ଜଳ ନିଷ୍କାସନ ପାଇଁ ସଠିକ ବ୍ୟବସ୍ଥା କରା ନ ଯିବା ଫଳରେ ଏଠାରୁ ନିଷ୍କାସନ ହେଉଥିବା ଅତିରିକ୍ତ ଜଳ ପୂର୍ଵରୁ ଯାଉଥିବା ରାସ୍ତାରେ ନ ଯାଇ ଅନ୍ୟ ବାଟ ଦେଇ ବାହାରୁଥିବାରୁ ତାହା ନିକଟସ୍ଥ ଖଣ୍ଡାଧୁଆ ଜୋରରେ ନ ବୋହି ଲୋକେ ଯିବା ଆସିବା କରୁଥିବା ରାସ୍ତା ଉପରେ ବୋହି ଯାଇ ଏକ କୁତ୍ରିମ ନାଳ ସୃଷ୍ଟି ହୋଇଯାଇଛି l ଯାହାଫଳରେ ଧରବଗଡ଼ ଗ୍ରାମବାସୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ରାସ୍ତା ପାଣି ନାଳରେ ପରିଣତ ହୋଇଯାଇଛି l ଉକ୍ତ ରାସ୍ତା ଦେଇ ପ୍ରତ୍ୟେହ ଦିନ ଗ୍ରାମବାସୀ ନିତ୍ୟ କର୍ମ ପାଇଁ ବାହାରକୁ ଯିବା ନିଜଚାଷ ଜମିକୁ ଯିବା ଆସିବା କରୁଥିବା ସହ ଗାଇ ଗୋରୁ ଚରାଇବା ପାଇଁ ନିକଟସ୍ଥ ଜଙ୍ଗଲ ନେଇଥାନ୍ତି l ଏହିପରି ପ୍ରତ୍ୟେହ ଦିନ ନିଜର ନିତିଦିନିଆ କାଠପତ୍ର ସଂଗ୍ରହ ପାଇଁ ମଧ୍ୟ କପାଟ ଜଙ୍ଗଲକୁ ଯିବା ଆସିବା କରିଥାନ୍ତି l ଏପରିକି ଆଖ ପାଖରେ ଥିବା ଗାଁ ମୁରିବାହାଲ ବ୍ଲକର ବାଙ୍କେଲ , କର୍ଲା ପ୍ରଭୃତି ଗ୍ରାମରୁ ଚାଷୀମାନେ ନିଜ ଉତ୍ପାଦିତ ପନିପରିବା ବିକ୍ରି ପାଇଁ ଏହି ରାସ୍ତା ଦେଇ ଧରବଗଡ – ଗଣ୍ଡପତ୍ରାପାଲି ଦେଇ ଫପସି ବଜାରକୁ ତଥା ଆଖ ପାଖ ଅଞ୍ଚଳକୁ ଯିବା ଆସିବା କରିଥାନ୍ତି l କିନ୍ତୁ ଏହି ରାସ୍ତାଟି ଏବେ ପାଣି ନାଳରେ ପରିଣତ ହେବା ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ନେଇ ଧରବଗଡ଼ ଗ୍ରାମବାସୀ ଜଳ ସମ୍ପଦ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଜଳ ସମ୍ପଦ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ଦିଗରେ କେହି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅଞ୍ଚଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି l ଏଣୁ ଏ ସମ୍ପର୍କରେ ବିଭାଗୀୟ ଏସଡିଓ ମାନଭଞ୍ଜନ ଶତପଥି ଙ୍କୁ ପଚାରିବାରୁ ଅଭିଯୋଗ ପାଇନାହିଁ l ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ l ଯଦି ପ୍ରଶାସନ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଟିଟିଲାଗଡ଼ ରୁ ବଲାଙ୍ଗୀର ରାସ୍ତାକୁ ଗୋଏଲଭାଡ଼ି ଛକ ଠାରେ ଅବରୋଧ କରାଯିବ ବୋଲି ଗ୍ରାମରରାଜେଶ ନାଏକ, କୁମୁଦ ଭୁଏ, ସଂଜୀବ ଠାକୁର, ହରେକୃଷ୍ଣ ଠାକୁର, କୈଳାଶ ପୋଡ଼, ଚନ୍ଦ୍ରମଣି ଭୁଏ, ଚୈତନ୍ୟ ଭୁଏ, ଆଦିତ୍ୟ ଭୁଏ, କାପୁର୍ଚ୍ଚନ ଭୁଏ, କାକିଆ ସେଠ, ଭକ୍ତ ଠାକୁର, କମ୍ପ ଠାକୁର ତଥା ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.