ମଶାନକୁଣ୍ଡା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ମଶାନକୁଣ୍ଡା ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଭାନପୁର ସରପଞ୍ଚ ବିଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ କମିଟି ସଦସ୍ୟ ରତିକାନ୍ତ ପ୍ରଧାନ, ପ୍ରଦୀପ ବାରିକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ | ତେବେ କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧେ ଅତିଥିଗଣ ଦୀପ ପ୍ରଜ୍ବଳନ କରି କ୍ରୀଡା ଉତ୍ସବକୁ ଶୁଭରମ୍ବ କରିଥିଲେ | ବିଭିନ୍ନ ବିଭାଗରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିଲେ | ପରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଶିକ୍ଷକ ଲାଲେଶ୍ୱର ନାୟକ, ପବିତ୍ର ସିଂ ଦେଓ, ଆଦ୍ୟାଶା ପ୍ରିୟଦର୍ଶିନୀ, ଦିବ୍ୟଜ୍ୟୋତି ରାଉତ କ୍ରୀଡା ପରିଚାଳନା କରିଥିଲେ | ଛାତ୍ର ଛାତ୍ରୀଙ୍କ ପିଇବା ପାଣି ଓ ଆବଶ୍ୟକୀୟ ଖାଦ୍ୟପେୟ ଶିକ୍ଷକ ତୁଳସୀ ସାହୁ ସମ୍ପାଦନ କରୁଥିଲେ | ସବାଶେଷରେ ବରିଷ୍ଠ ଶିକ୍ଷକ ପ୍ରଦୀପ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.