ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆଠାରେ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଲପାଳ ହେମକାନ୍ତ ସାୟ, ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜି. ରାଘବେନ୍ଦ୍ର ରେଡ୍ଡୀ, ଜିଲ୍ଲା ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ରାମ ତାଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ୫ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବାର ସୂଚନା ରହିଛି। କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ ଓ ବୃକ୍ଷ ରୋପଣ କରାଯାଇ ଥିଲା। ପରେ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଏହା ପରେ ଅତିଥି ଏବଂ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିଭାଷଣ ପ୍ରଦାନ କରାଯାଇଥିଲା। ଏହି କୃଷି ମହୋତ୍ସବରେ ବିଭିନ୍ନ କମ୍ପାନୀ, ସ୍ୱୟଂ ସହାୟକ ଦଳ, ମିଶନ ଶକ୍ତି ତରଫରୁ ସର୍ବମୋଟ ୭୫ଟି ଷ୍ଟଲ କରାଯାଇଛି। ଏହି ଅବସରରେ ସୁନାବେଡା ଅଭୟାରଣ୍ୟ ଭିତରେ ଷ୍ଟ୍ରବେରୀ ଚାଷ କରି ଜିଲ୍ଲା ତଥା ବିଭିନ୍ନ ରାଜ୍ୟକୁ ରପ୍ତାନି କରି ବେଶ ଚର୍ଚ୍ଚାରେ ଆସିଥିବା ଓ ଏହା ସହିତ ନିଜେ ରୋଜଗାରକ୍ଷମ ହୋଇ ଅନ୍ୟଙ୍କୁ ରୋଜଗାରକ୍ଷମ ହେବାପାଇଁ ଉତ୍ସାହିତ କରିଥିବା କଲିରାମ ସୁଆରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଦୁର୍ଗମ ସୁନାବେଡା ଅରୟାରଣ୍ୟ ମଧ୍ୟରେ ଅବସ୍ଥିତ ସୁନାବେଡା ଗାଁର ମା ଧରଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା ପାର୍ବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀଙ୍କୁ ନିଜ କୃଷି ଯନ୍ତ୍ରପାତି ସେବା କେନ୍ଦ୍ର ସ୍ଥାପନ କରିବା ପାଇଁ କାର୍ଯ୍ୟ ନିର୍ଦେଶ ପ୍ରଦାନ କରାଯାଇଥିଲା। ସେହିପରି କୋମନା ବ୍ଲକର ୧୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଲେଟ ଚୁନା କରିବା ଯନ୍ତ୍ର ବିଭାଗ ତରଫରୁ ପ୍ରଦାନ କରାଯାଇଛି। ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୫ଟି ଥ୍ରେସର ପ୍ରଦାନ କରାଯାଇଛି। ଏଗ୍ରୋ କମ୍ପାନୀ ତରଫରୁ ଚାଷୀ ଲୋକନାଥ ରାଓଙ୍କୁ ଟ୍ରାକ୍ଟର ପ୍ରଦାନ କରାଯାଇଛି। ଏହା ସହିତ ନୂଆପଡା ଜିଲ୍ଲା ମୁଖ୍ୟ ପ୍ରାଣୀ ଭେଟେନାରୀ ଅଧିକାରୀ ପ୍ରଦୀପ ସେଠ, ଉପ ନିର୍ଦେଶକ ଉଦ୍ୟାନ ବିଭାଗ ହରେକୃଷ୍ଣ ହଂସଦା ନୂଆପଡା ବ୍ଲକ ସହକାରୀ କୃଷି ଅଧିକାରୀ ଦୀପାଶ୍ରୀ ମଣ୍ଡଳ ଓ ବ୍ଲକ କୃଷି ଅଧିକାରୀ ଯାଜପୁର ପରେଶ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ କୃଷି ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.