ରବିନାରାୟଣ ପଟ୍ଟନାୟକ ପାଇଲେ ସମାଜସେବା ସମ୍ମାନ-୨୦୨୩

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜସେବା ଓ ଆଲେଖ୍ୟ ଲେଖିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରବିନାରାୟଣ ପଟ୍ଟନାୟକଙ୍କୁ ଟାଇମ୍ସ ୱାନ ଓଡ଼ିଆ ପକ୍ଷରୁ ସମାଜସେବା ସମ୍ମାନ-୨୦୨୩ ରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ହୋଟେଲ ଏକ୍ସିଲେନ୍ସୀରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଦୀର୍ଘ ଦିନ ଧରି ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏହି କାଯ୍ୟକ୍ରମରେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଉଦଘାଟନ କରିଥିଲେ । ଟାଇମ୍ସ ୱାନ ଓଡ଼ିଆର ମୁଖ୍ୟ ସମ୍ପାଦକ ଅକ୍ଷୟ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ଉପାଧ୍ୟକ୍ଷ ଆଶୁତୋଷ ସାମନ୍ତରାୟ, ବରିଷ୍ଠ ଉଦଘୋଷକ ଭବାନୀ ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସମ୍ମାନ ପାଇବା ପରେ ତାଙ୍କୁ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.