ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ନେଇ ଗଡିଥିବା ଆମ ସଂକଳ୍ପ ବିକଶିତ ଭାରତ ରଥ ମଙ୍ଗଳବାର କୋକସରା ବ୍ଳକର ବଡପୋଡାଗୁଡା ପଞ୍ଚାୟତରେ ପହଞ୍ଚିବା ପରେ ବିପୁଳ ସ୍ବାଗତ କରାଯାଇଛି। ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଏଲଇଡି ମଧ୍ୟମରେ ଭିଡିଓ ପ୍ରଦର୍ଶନୀ କରା ଯାଇଥିଲା। ଏଥିରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଉପସ୍ଥିତ ଲୋକମାନଙ୍କୁ ବୁଝାଇଥିଲେ। ବଡପୋଡାଗୁଡା ସରପଞ୍ଚ ଜମୁନା ନାଏକ, ନାଏବ ସରପଞ୍ଚ ବିଡୁ ନାଏକ, ଆମପାଣି ମଣ୍ଡଳ ବିଜେପି ସଭାପତି ଅର୍ଜୁନ ଭାଟି, ସମ୍ପାଦକ ମଧୁବନ ପାତ୍ର, ଜିଲ୍ଲା ପ୍ରତିନିଧି ଭଜମନ ନାଏକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିସ ଚନ୍ଦ୍ର ନାଏକ, ଯୋଗାଣ ସହାୟକ ଚନ୍ଦ୍ରମଣି ବେଶ୍ରା, ଗ୍ରାମ ରୋଜଗାର ସେବକ ହେମନ୍ତ ବଚ୍ଛା, ଲଲିତ ନାଏକ, ପବିତ୍ର ନାଏକ ସମେତ ପଞ୍ଚାୟତବାସୀ ଉପସ୍ଥିତ ଥିଲେ। ଏହି ଅବସରରେ କ୍ୟାଲେଣ୍ଡର ବଣ୍ଟନ କରାଯିବା ସହ ଉପସ୍ଥିତ ଲୋକ ଆମ ସଂକଳ୍ପ ବିକଶିତ ଭାରତର ସଂକଳ୍ପ ନେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଞ୍ଚକୁ ଲିଙ୍ଗରାଜ ରାଠୋଡ ପରିଚାଳନା କରିଥିଲେ।